ଆଜିର ରାଶିଫଳ (ଗୁରୁବାର)

ତା : ୨୯/୦୪/୨୦୨୧

ମେଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭୋଜନରେ ଅଶାନ୍ତି ଉପୁଜି ପାରେ। ସ୍ୱାଭିମାନର ସହ ଚଳିବେ। ଭାଗୁଆଳି ବ୍ୟବସାୟ ଥିଲେ ସାମାନ୍ୟ ମାତ୍ରାର ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।

ବୃଷ : ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ନିଜର ସୁକର୍ମ ପାଇଁ ଗର୍ବିତ ହୋଇପାରନ୍ତି।

ମିଥୁନ : ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଶାରୀରିକ ଶକ୍ତି ସମ୍ପନ୍ନ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

କର୍କଟ : କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି।ସାମୟିକ ଭାବେ ଆତ୍ମଗୋପନ କରିବା ପରେ କର୍ମଚଞ୍ଚଳ ରହିବେ। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।

ସିଂହ : ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଉଦାର ସ୍ୱଭାବର ହେବେ। ସୁସ୍ଥ ରହିବେ। କୃଷିକର୍ମରୁ ଲାଭ ମିଳି ପାରେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।

କନ୍ୟା : ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ। ଥଣ୍ଡା କଫରେ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରବୃତ୍ତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇବେ।

ତୁଳା : ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ଆଶାବାଦୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ।

ବିଛା : ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଉତ୍ତମ ଧରଣର ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।

ଧନୁ : କର୍ମଚଞ୍ଚଳ ରହିବେ। ସାମୟିକ ଭାବେ ଏକାନ୍ତରେ ସମୟ କଟାଇ ପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସୁଖ ସମ୍ମାନ ମିଳବ। ମଧୁର କଥାରେ ପରକୁ ଆପଣାର କରିବାର କଳା ଆପଣଙ୍କ ଠାରେ ଅଛି। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି।

ମକର : ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ।ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।

କୁମ୍ଭ : ଶ୍ରମ ସାର୍ଥକ ହେବ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦୟାଳୁ ସ୍ୱଭାବର ହେବେ।

ମୀନ : ଧର୍ମାତ୍ମା ଓ ପ୍ରବାସପ୍ରିୟ ହୋଇପାରନ୍ତି। ଉତ୍ତମ ସନ୍ତାନଯୁକ୍ତ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥ ଯାତ୍ରା ଅଥବା ପର୍ଯ୍ୟଟନର ସୁଯୋଗ ପାଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।