ପଶ୍ଚିମବଙ୍ଗରେ ଆଜି ଶେଷ ପର୍ଯ୍ୟାୟ ମତଦାନ

କୋଲକାତା,୨୯/୪: ପଶ୍ଚିମବଙ୍ଗରରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ୮୪ ଲକ୍ଷ ୭୮ ହଜାର ଭୋଟର । ନିର୍ବାଚନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାଗିଦ କରାଯାଇଛି । ଶେଷ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୫ଟି ଆସନ ପାଇଁ ୮୪ ଲକ୍ଷ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ଅଷ୍ଟମ ତଥା ଶେଷ ପର୍ଯ୍ୟାୟରେ ୭୫୩ କମ୍ପାନୀ ଫୋର୍ସକୁ ନ୍ୟାୟପୂର୍ଣ୍ଣ ଭାବେ ଭୋଟ୍‌ ଦେବା ପାଇଁ ବ୍ୟବହାର କରାଯାଇଥିବା ବେଳେ ସେଥିମଧ୍ୟରୁ ୬୪୧ କମ୍ପାନୀ ବୁଥ୍‌ ଜଗିବା ପାଇଁ ନିୟୋଜିତ ହୋଇଛନ୍ତି । ବାକିଗୁଡିକ ରିଜର୍ଭରେ ରଖାଯାଇଛି ବୋଲି ମଙ୍ଗଳବାର ନିର୍ବାଚନ ଆୟୋଗ କହିଛନ୍ତି । ଏତଦ୍‌ ବ୍ୟତୀତ, ଏପ୍ରିଲ ୨୯ ଶେଷ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୫ଟି ଆସନ ପାଇଁ ଆୟୋଗ କେବଳ ବୀରଭୂମିରେ ୬ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଜିଲ୍ଲାରେ ଅଧିକ ସମ୍ବେଦନଶୀଳ ବୁଥ୍‌ ଥିବାରୁ ଏହି ସଂଖ୍ୟକ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି ।