ମେଷ : ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ ।ପରିବାର ମଧ୍ୟରେ ଅସ୍ଥିର ମନୋଭାବ ପ୍ରକାଶ କରିବା ସମସ୍ୟାର କାରଣ ହୋଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ବୃଷ : କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ । କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି । ବିଦ୍ୟ କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ । ପ୍ରିୟ ପରିଜନଙ୍କ ସହିତ ଖୁବ୍ ମଉଜ କରିବେ ।
ମିଥୁନ : ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ । ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ । ବାଟରେ ବନ୍ଧୁ ଠାରୁ ଅର୍ଥ ସାହାର୍ଯ୍ୟ ପାଇ ଖୁସି ହେବେ ।
କର୍କଟ : ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆଗାମୀ ମାଙ୍ଗଳିକ ଉତ୍ସବକୁ ନେଇ ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ । ଆପନ ଟିକେ ଅଧିକ ପରିଶ୍ରମ ବି କରନ୍ତି । ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ ।
ସିଂହ : ଦିନଟି ଶୁଭରେ କଟିବ । ପରିବାରର ଅଶାନ୍ତି ପୂର୍ବପରି ଲାଗି ରହୁଥିବା ହେତୁ କାମଗୁଡିକ ଠିକ୍ ଭାବେ ନ ହୋଇପାରେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ।
କନ୍ୟା : ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସି ହୋଇଯିବ । ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ଭଲ ଦିଗଜୁ ଗତି କରିବାକୁ ଆଶ୍ୱସ୍ତି ଲାଭ କରିବେ । ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝିଲା ଭଳି କାମ ହେବ ।
ତୁଳା : ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । ଅଫିସ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବ ଏବଂ ପୂର୍ବ ସମସ୍ୟା ଦୂରେଇ ଯିବ । ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତି ସହ ପ୍ରତିଷ୍ଠା ମିଳିବ ।
ବିଛା : ନିକଟ ସମ୍ପର୍କୀୟଙ୍କ ଅନାଦର ଭାବକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ଲାଗି ରହିବ । ବିଭିନ୍ନ ପ୍ରକାର ରୁଚିବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣା ଅଶାନ୍ତିର କାରଣ ହୋଇପାରେ ।
ଧନୁ : ବନ୍ଧୁଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟଙ୍କ ଅନୁରାଗ, ପଡୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ । ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କିଛି ଗୁପ୍ତକଥା , କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି ।
ମକର : ବୃତ୍ତି,ବାନିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେ ସନ୍ତୋଷଜନକ ନ ହୋଇପାରେ । ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ । ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।
କୁମ୍ଭ : ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍ ନିଶ୍ଚିତ ହେବେ । ଆର୍ଥିକ ଦୁରବସ୍ଥା କାରଣରୁ କେତେକ କାମ ଅଟକି ରହିଯିବ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ ।
ମୀନ : ଆପଣ କୌଣସି କ୍ଷେତ୍ରରେ ନିରାଶ ହେବେ ନାହିଁ ଏବଂ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ । ଆନୁଷ୍ଠାନିକ କାମ କିମ୍ବା ସାସ୍କୃତିକ ଅନୁଷ୍ଠାନକୁ ଆମନ୍ତ୍ରିତ ହୋଇପାରନ୍ତି । ଆଲୋଚନା ଅନୁଯାୟୀ କାମଗୁଡିକ ସବୁ ଠିକ୍ ଠାକ୍ ହୋଇଯିବ ।