ଆଜିର ରାଶିଫଳ (ମଙ୍ଗଳବାର)

ତା : ୧୪ / ୬ / ୨୦୨୨

ମେଷ : କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରୀୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳି ଯାଇପାରେ । ଅପରାହ୍ନେ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ ।

ବୃଷ : ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାଶ୍ୱିର୍କ ପରିସ୍ଥିତି ଅନୁକୂଳ ରହିବ । ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କୌଣସି ନୂତନ କାମରେ ବନ୍ଧୁମାନେ ସହ-ଯୋଗର ହାତ ବଢାଇବେ । ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।

ମିଥୁନ : ଆଜି ଆପଣଙ୍କ ଦିନଟି ଅଶୁଭ । ଅସ୍ଥିରତା ମଧ୍ୟରେ ଦିନ କଟିବ । ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । କର୍ମକ୍ଷେତ୍ରରେ ବାଧା ଓ ପ୍ରତି ବନ୍ଧକ ଦେଖା ଦେବ । ଆୟ ଉତ୍ତମ ରହିବ ।

କର୍କଟ : ଆପଣଙ୍କର ଆଜି ଦିନଟି ଆକାଶ ଛୁଆଁ ଖର୍ଚ୍ଚ ହେବ । ପ୍ରତି କ୍ଷେତ୍ରରେ ଅସ୍ଥିରତା ଲାଗି ରହିବାକୁ ବିଭିନ୍ନ ଦୁଃଭାବନାରେ ମନ ବିଚଳିତ ରହିବ । କୌଣସି ବ୍ୟକ୍ତି ଦ୍ୱାରା ପ୍ରତାରିକ ହେବେ । ଚାକିରୀରେ ଅସ୍ଥିରତା ଲାଗି ରହିବ । ବ୍ୟବସାୟ ମାନ୍ଦାରେ ଚାଲିବ ।

ସିଂହ : ପାରିବାରିକ କ୍ଷେତ୍ରରେ ଛୋଟ ସମସ୍ୟାକୁ ନେଇ ବ୍ୟସ୍ତ ହୋଇପାରନ୍ତି । ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ଭଲରେ ଦିନଟି କଟିବ । କର୍ମକ୍ଷେତ୍ରରେ ଲାଭ ପାଇବେ । ପାରିବାରିକ ଜୀବନ ସୁଖୀ ହେବ । ବ୍ୟବସାୟ ଖୁବ୍ ଭଲରେ ଚାଲିବ ।

କନ୍ୟା : ଅତି ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ସେହି ବ୍ୟକ୍ତି କାମ କରିବେ ନାହିଁ । ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ । ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ ଅଛି । ଭ୍ରମଣର ଯୋଗ ରହିଛି ।

ତୁଳା : ଆଜି ଦିନଟି ମଧ୍ୟମ ରହିବ । କର୍ମକ୍ଷେତ୍ରରେ କ୍ଷତି ଓବା ବିରୁଦ୍ଧାଚରିଣ ଦେଖା ଦେବ । ଘର କଥା କହି ମୂଳା ନକ୍ଷତ୍ର ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତା ସହ ସମାଧାନ କରିବେ । ଦେହ ଭଲ ରହିବ ନାହିଁ । ବ୍ୟବସାୟରେ କ୍ଷତି ହେବ ।

ବିଛା : ଶୁଭ ଖବର ମନକୁ ଆହ୍ଲାଦିତ କରିବ । ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଆଜି ଆଦୌ ଭଲ ଦିନ ନୁହେଁ । କର୍ମ ରେ ଅବହେଳା ଦେଖା ଦେବ । ରାଗ କ୍ରୋଧ ବଢିବ । ବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।

ଧନୁ : ଦିନଟି ଶୁଭରେ କଟିବ । ବିବାଦୀୟ ଘଟଣାରୁ ଓହରି ଆସିବେ । ବନ୍ଧୁଙ୍କ ରୁଗଣ୍ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଦେହ ଓ ମନ ସୁସ୍ଥ ରହିବ । ପାରିବାରିକ ଜୀବନରେ ପ୍ରୀତିହାନୀ ଘଟିବ ।

ମକର : ଆଜି ଦିନଟି ଖୁବ୍ ଭଲ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଭୁଲ୍ ବୁଝାମଣା କାରଣରୁ ଅରି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ । ଚାକିରୀରେ ପ୍ରତିଷ୍ଠା ଲାଭ ଯୋଗ ଅଛି । ବ୍ୟବସାୟରୁ ଉତ୍ତମ କାଭ ପାଇବେ ।

କୁମ୍ଭ : ବିନା ଆହ୍ୱାନରେ ଅନ୍ୟର ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ଶତଭିକ୍ଷା ନକ୍ଷତ୍ର ବିନା କାରଣରୁ କଳହକୁ ନିୟନ୍ତ୍ରଣ କରିପାରନ୍ତି ।ଆପଣଙ୍କର ଆଜି ଦିନଟି ମଧ୍ୟମ ରହିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ବ୍ୟବସାୟରେ ଲାଭ ହେବ ।

ମୀନ : ଆୟ ହ୍ରାସ ପାଇବ,ବିବାଦୀୟ ଘଟଣାରେ ପରାଜୟ ଓ ବନ୍ଧୁହାନୀ ଯୋଗ । ହଠାତ୍ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିପାରେ । ଆପଣଙ୍କ ଦିନଟି ଭଲ ନୁହେଁ । କର୍ମରେ ବିଳମ୍ବ ହେବ । ବ୍ୟବସାୟରେ ଫଳ ମଧ୍ୟମ ଅଟେ ।