ଆଜିର ରାଶିଫଳ (ରବିବାର)

ତା : ୩ /୭/୨୦୨୨

ମେଷ : ଦିନଟି ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପ୍ରଦ ପଦବୀ ଲାଭ ସଙ୍ଗକୁ ଲକ୍ଷ୍ୟ ହାସଲରେ ଅନୁଧାବିତ ହେବେ । ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନିରବ ଚିନ୍ତକ ହୋଇପାରନ୍ତି । ପିଲାମାନେ ଆଧ୍ୟୟନରତ ହେବାର ସୂଚନା ମିଳୁଛି ।

ବୃଷ : ଆଜି ନ୍ୟାୟବାନ୍ ଓ ନିିରପେକ୍ଷ ହେବେ । ସାହିତ୍ୟଚର୍ଚ୍ଚା, ଉତ୍ସବାନୁଷ୍ଠାନ, ମନୋରଞ୍ଜନ, ପରିବହନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଅର୍ଥ ଉପାର୍ଜନ ଅତ୍ୟଧିକ ହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ପାଇଁ କଳହ ସୃଷ୍ଟି ହୋଇପାରେ । ଅଧିକ ପରିଶ୍ରମ କଲେ ମଧ୍ୟ ତାର ଫଳ ପାଇବେ ନାହିଁ ।

ମିଥୁନ : ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି । ଭେଦଭାବ ଭୁଲି ଅନ୍ୟଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟା କରି ସଫଳ ହେବେ । ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟାଳୟରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଭଗବତ୍ ଚିନ୍ତକ ହେବେ । ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି ।

କର୍କଟ : ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସମସ୍ୟାକୁ ବାଦ୍ ଦେଲେ ସାମଗ୍ରିକ ଦୃଷ୍ଟି କୋଣରୁ ଦିନଟି ଭଲରେ କଟିବ । କୌଣସି କାରଣରୁ ଭୟାତୁର ହୋଇପାରନ୍ତି । ବିଷାଦଗ୍ରସ୍ତ ହୋଇପାରନ୍ତି, ମାତ୍ର ନୀତିନିଷ୍ଠ ହେବେ । ଯାନ-ବାହନ ସୁଖ ମିଳିପାରେ । ବିଶାରଦ ହେବା ଆଶା କରାଯାଏ ।

ସିଂହ : ଆଜି ଆୟ ଉତ୍ତମ ଧରଣର ହେବ । ଆଗାମୀ ସମୟରେ କେତେକ ଦୀର୍ଘ ମିଆଦୀ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତି କରିପାରନ୍ତି । ପରିସ୍ଥିତି ଉତ୍ସାହଜନକ ହେବ । ଆଶ୍ୱସ୍ତି ମିଳିବ । ସରକାରୀ ବା ବନ୍ଧୁତ୍ୱର ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ କଟୁତା ଆସିପାରେ, ଶାନ୍ତି ସହ କଥାବାର୍ତ୍ତା ହେଲେ ସମାଧାନ ମିଳିଯିବ ।

କନ୍ୟା : ଆଜି ନିଜର ଅଧିକାର ପ୍ରତି ସଚେତନ ହେବେ । ବ୍ୟୟ ବୃଦ୍ଧି ଘଟିପାରେ । ବନ୍ଧୁ ମିଳନ ଓ ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ । ବିବାଦରେ ଭାଗ ନ ନେଇ ନିରବ ହେବା ବୁଦ୍ଧିମତାର କାର୍ଯ୍ୟ । ନିଜ ଲୋକ ଦୂରେଇ ଯାଇଥିଲେ, ଫେରି ପାଇବେ । ମଧୁର ବଚନରେ ପରକୁ ଆପଣାର କରିବେ ।

ତୁଳା : କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଆପଣ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବ ।

ବିଛା : ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ । ଭ୍ରାତୃ ବିବାଦର ଅବସାନ ଘଟିବ । ସୁ-ସମ୍ବାଦ ପାଇଁ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନିକ ହେବେ ଓ ପ୍ରମୋସନ୍ ବି ହୋଇପାରେ । ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି ।

ଧନୁ : କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆଜି ଆନୁଷ୍ଠାନିକ ସାହାର୍ଯ୍ୟ ଲାଭ କରି କାର୍ଯ୍ୟ କ୍ଷେତ୍ର ପ୍ରତି ଅନୁରକ୍ତି ବୃଦ୍ଧି ପାଇବ । ଧର୍ମ ଭାବନା ଶାନ୍ତି ଦାୟକ ହେବ । ଲୋକ ସଂପର୍କ ବୃଦ୍ଧି କଲେ ରାଜନୀତିରେ ସାହାୟକ ହୋଇପାରେ । କ୍ଷମତା ଅଭିବୃଦ୍ଧି ଘଟାଇ ତାର ସଦ୍ ବ୍ୟବହାର ଘଟାଇପାରନ୍ତି ।

ମକର : ସତର୍କ ନ ରହିଲେ ବିପଦରେ ପଡିପାରନ୍ତି । ଖର୍ଚ୍ଚଭାର ବୃଦ୍ଧି ହେତୁ ଆର୍ଥିକ ସମସ୍ୟା ଭିତରକୁ ଠେଲି ହୋଇଯାଇପାରନ୍ତି । ମନରେ ଉଦ୍‌ବେଗ ଜାତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟ ଲାଭଜନକ ହୋଇପାରେ । ବିବାଦରେ ବିଜୟୀ ହେବେ ।

କୁମ୍ଭ : ସୁସ୍ଥ ଓ ନିରାମୟ ରହିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଭୁଲ୍ ବୁଝାମଣା ଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରି ଦେଇପାରେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ସଫଳ ଓ ଉତ୍ସାହଜନକ ହେବ । ଶୁଭ କାର୍ଯ୍ୟ କରଣୀୟ ହେବେ ଓ ଆନନ୍ଦ ଉପଭୋଗ କରିପାରନ୍ତି ।

ମୀନ : ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ସାବ୍ୟସ୍ତ ହୋଇଛି । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ । ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ।ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ମାନସିକ ଶାନ୍ତି ଫେରି ପାଇବେ ।