ମେଷ : ନୀଚ ଭାବରେ ଚତୁର୍ଥାଧିପତି ଚନ୍ଦ୍ର ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଭୁଲ୍ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀ ଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ରାହୁଯୁକ୍ତ ମଙ୍ଗଳଙ୍କ ଯୋଗୁଁ ସାହସର ସହ ପ୍ରତ୍ୟେକ କାମ ପାଇଁ ଆଗଭର ହେବେ ।
ବୃଷ : ମନରେ ନକାରାତ୍ମକ ଭାବନା ରହୁଥିବାରୁ କୌଣସି କାମରେ ମନ ଲାଗିବ ନାହିଁ । ପଡୋଶୀଙ୍କ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତି ଭାବ ସୃଷ୍ଟି ହେବ । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।
ମିଥୁନ : ରାଶି ପାଇଁ ଗ୍ରହସ୍ଥିିତି ବିଶେଷ ଅନୁକୂଳ ରହି ନ ଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ସମୟ କଟାଇବେ । ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ୱାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହେବ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ନ ହୋଇପାରେ ।
କର୍କଟ : ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ନିକଟତମ ବ୍ୟକ୍ତି ସାହାର୍ଯ୍ୟ କରିବେ । ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ । ଯାତ୍ରା କରିବା, ବ୍ୟବସାୟ, ବିବାଦ ଓ କିଛି ନୂତନ କାମରେ ଚିନ୍ତିତ ରହିବେ ।
ସିଂହ : ରାଶ୍ୟାଧିପ ଉଚ୍ଚାରୋହୀ ହୋଇ କର୍ମାଧିପତି ସହ ରହିଥିବାରୁ କର୍ମକ୍ଷେତ୍ରରେ ପଛକୁ ହଟିବେ ନାହିଁ । ହଠାତ୍ ଜଣେ ବନ୍ଧୁଙ୍କ କାମରେ ଯୋଗ ଦେବା ପାଇଁ ମନ ଛଟପଟ ହେବ । ସାମାଜିକ ସ୍ତରରେ ଅଥବା ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ ।
କନ୍ୟା : ମିତ୍ରଙ୍କ ସହ ରାଶ୍ୟାଧିପ ରହିଥିବାରୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବା ସହ ସହ-ଯୋଗ, ସୁଖ ସମ୍ମାନ ମିଳିବ । ଯାତ୍ରା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।
ତୁଳା : ଆଜି ଏକତ୍ର ବୁଧ ଓ ବୃହସ୍ପତି ପ୍ରଭବାରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ସହମତି ଭିତ୍ତିରେ କିମ୍ବା ସ୍ତ୍ରୀ ଙ୍କ ପ୍ରେରଣା ଲାଭକରି ଉପକୃତ ହେବେ । ଅନୁରାଧା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ବିଛା : ଆଜିର ପଞ୍ଚାନନ ଯୋଗ ପ୍ରଭାବରେ ଯଥା ସମୟରେ ସବୁ କିଛି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ । ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ଆର୍ଥିକ ସ୍ଥିତି ମଜଭୁତ ରହିବ ଓ ନୂଆ ଯୋଜନା ହାତକୁ ନେଇପାରନ୍ତି ।
ଧନୁ : ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ପାରିବାରିକ ସମସ୍ୟା କେତେକାଂଶରେ କମି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ ।
ମକର : ନୀଚରୋହୀ ଚନ୍ଦ୍ର କାରଣରୁ ଆଜି ପାରିବାରିକ ଦୁଶ୍ଚିନ୍ତାଜନିତ ରକ୍ତଚାପ ମଧ୍ୟ ବଢିପାରେ । ପାରିବାରିକ ପ୍ରତିରୋଧ କାମକୁ କେତେକାଂଶରେ ବିଶୃଙ୍ଖଳିତ କରିପାରେ । ଶନି ରାଶିରେ ବ୍ୟୟାଧିପଙ୍କ ସଙ୍ଗରେ ରହିଥିବାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ ।
କୁମ୍ଭ : ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ସଫଳତାର ଶୀର୍ଷକୁ ଛୁଇଁବ । ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ ।
ମୀନ : ଆଜି ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ଭୋଗିବାକୁ ପଡିବ । ବାଟରେ ବନ୍ଧୁଙ୍କୁ ଭେଟି ଯୋଜନା ପ୍ରସ୍ତୁତ କରିପାରନ୍ତି ।