ଆଜିର ରାଶିଫଳ (ଶନିବାର)

ତା : ୯ / ୭ / ୨୦୨୨

ମେଷ : ଆଜି ଦିନଟିରେ ମନ ଅନୁଯାୟୀ କାମ ଗୁଡିକ ସମ୍ପନ୍ନ ହେବ । ସାଧାରଣ ମନେ ନ କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ ।

ବୃଷ : କର୍ମକ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ ବଢିଯିବ । କାର୍ଯ୍ୟସିଦ୍ଧି ହେବା କାରନରୁ ମାନସିକ ସ୍ଥିତି ବହୁତ ଭଲ ରହିବ । ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବା ସହ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ ।

ମିଥୁନ : ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ । ବହୁତ ଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ଉପରିସ୍ଥ ସମ୍ମୁଖରେ ନିଜର ମନ କଥା ପ୍ରକାଶ କରିପାରିବେ ନାହିଁ । ମାନସିକ ଅସ୍ଥିରତା ମଧ୍ୟରେ ସମୟ କାଟିବେ ।

କର୍କଟ : ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଜମିଜମା କାରବାର, କଳକାରଖାନା, ହୋଟେଲ, ତେଜ ରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍ ହେବେ । ଅବସ୍ଥାରେ ବିଶେଷ ଉନ୍ନତି ଦେଖା ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ ।

ସିଂହ : କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ବିଶେଷ ଭ୍ରମଣ ହେତୁକ ଅବସାଦ ଦେଖା ଦେଇପାରେ । ଅଧିକାଂଶ ସମୟ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିବେ । ବନ୍ଧୁଙ୍କୁ ବହୁତ କଥା କହିବାକୁ ଇଚ୍ଛାଥିଲେ ମଧ୍ୟ କିଛି କହିପାରିବେ ନାହିଁ ।

କନ୍ୟା : ଆକସ୍ମିକ ଭାବରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହେବ । ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ ।

ତୁଳା : ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ପାଇବା କଷ୍ଟକର ହୋଇପାରେ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।

ବିଛା : ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବ ଘଟିବ । ଅବଶ୍ୟ ଯାତ୍ରା, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।

ଧନୁ : ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ବନ୍ଧୁ ଗହଣରେ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ମକର : ଆଜି ଦିନଟିରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ । କଥାକହିବା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି ।

କୁମ୍ଭ : ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ବନ୍ଧୁଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ରହିବ, କିନ୍ତୁ ସମ୍ମୁଖରେ କିଛି କହିପାରିବେ ନାହିଁ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ ।

ମୀନ : ନକାରାତ୍ମକ ଚିନ୍ତା ଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ, ପରିବହନରେ ଝଗଡାର ସମ୍ଭାବନା ରହିଛି । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମକ୍ଟମକ୍ଟବ କିମ୍ବା ରାଜନୀତି, ସଂଗଠନ, ସଭାସମିତିରେ ଆଶାଜନକ ଫଳ ପାଇବେ ।