ଆଜିର ରାଶିଫଳ (ମଙ୍ଗଳବାର)

ତା : ୩ / ୧ / ୨୦୨୩

0

ମେଷ : ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟସାଧନ କରିବା ପାଇଁ ଚେଷ୍ଟିତ ହେବେ । ସମସ୍ୟା କେତେକାଂଶରେ ସୁଧୁରି ଯାଇଥିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଶୁଭ ସଂସ୍ଥାନରୁ ତଥା ସହ-ଯୋଗ ମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ । ନିଜ ଇଚ୍ଛା ଅନୁସାରେ ଫଳ ପାଇବେ । ଆୟ ଆଶାନୁରୂପ ହେବ ।

ବୃଷ : କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ ପରାମର୍ଶ ଲୋଡିପାରନ୍ତି। ଗତକାଲିର ଯୋଜନାରେ ଟେନ୍‌ସନ କିଛି ମାତ୍ରରେ କମିଯିବ। ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ଆଶା ରହିଛି। ଦେଶଦର୍ଶନର ସୁଯୋଗ ମିଳିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ।

ମିଥୁନ : ପରିବାରରେ ସ୍ତ୍ରୀଙ୍କ ଅସହଯୋଗ ତଥା ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ସାମାଜିକ ସ୍ତରରେ ତଥା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଫିସ୍ କାମରେ ଆପଣଙ୍କର ସହକର୍ମୀମାନେ ସହ-ଯୋଗର ହାତ ବଢାଇପାରନ୍ତି। ଘାତଚନ୍ଦ୍ର ଥାଇ ବି ଦିନଟି ସୁଖ- ସମୃଦ୍ଧିପୂର୍ଣ୍ଣ ହୋଇପାରେ।

କର୍କଟ : ପାରିବାରିକ ଦୃଷ୍ଟି କୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ନିଜ ଲୋକ ଜଣେ ସମସ୍ୟା ସୃଷ୍ଟି କରିପାରନ୍ତି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦ ଦେଖା ଦେଇପାରେ।ବିଶିଷ୍ଟବ୍ୟକ୍ତି ଙ୍କ ସଙ୍ଗ ଲାଭର ସୁଯୋଗ ପାଇବେ। କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ପରିବାରରେ ସନ୍ତାନ ହେତୁକ ପୀଡା ଅନୁଭବ କରିବେ ।

ସିଂହ : ଦକ୍ଷତାଜନିତ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବାର ସୁଯୋଗ ଜୁଟିପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ସମାଲୋଚନାରୁ ରକ୍ଷା ପାଇବେ । କୌଣସି ପ୍ରମାଣ ନ ଥାଇ ପଡୋଶୀଙ୍କ ଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ। ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ ।

କନ୍ୟା : ନୂତନ ଯୋଜନା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ । ସଂଯୋଗରୁ ଆଜି ଯେତିକି ପାଇବେ ତାହାର ଦୁଇ ଗୁଣ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ ।
ତୁଳା : ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିବ। ଦୁଃଖକୁ ଲୁଚାଇ ହସି ହସି କଥା କହିବାକୁ ପଡିପାରେ।ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗକରିବା କଷ୍ଟ ହୋଇଯିବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ।

ବିଛା : ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିବା ଭଲ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ୱାଇବାରେ ସମର୍ଥ ହେବେ। ସାହାର୍ଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ସୁଖୀ ହେବ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ।

ଧନୁ : ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତି ବଶତଃ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। ରାଜନୀତିରେ କିମ୍ବା କର୍ମକ୍ଷେତ୍ରରେ ଦୃଢ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ଭୁଲ୍‌ ବୁଝାମଣାରୁ ସୁସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ। ଅଟକି ଥିବା କାର୍ଯ୍ୟରେ ଆଗକୁ ବଢିପାରନ୍ତି। ସମ୍ମାନିତ ହେବେ।

ମକର : ଆପଣଙ୍କୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି ଏବଂ ବ୍ୟବସାୟିକ ସଫଳତା ମିଳିବ। ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଆଶାବାଦି ହୋଇପାରନ୍ତି। ଭାଗ୍ୟଶାଳୀ ହେବେ।

କୁମ୍ଭ : କର୍ମଜଞ୍ଜାଳ ବୃଦ୍ଧି ଜନିତ ଆପଣ ଘର କଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ କର୍ମକ୍ଷେତ୍ରର ସ୍ଥିତି ସ୍ୱାଭାବିକ ରହିବ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ମୀନ : ବିବାଦୀୟ ଘଟଣାକୁ ଦୂରେଇ ରହିବା ପ୍ରାୟତଃ ଭଲ ହେବ। ଭୁଲ୍ ବୁଝାମଣା ହେତୁ ସାଧାରଣ କଥାରେ ବନ୍ଧୁ ମୁହଁଫେରାଇ ନେଇପାରନ୍ତି। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁଖଟିବାକୁ ପଡିପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁସତର୍କରେ ଚଳିବାକୁ ପଡିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି ।

 

SBI AD
Leave A Reply

Your email address will not be published.