ଭୁବନେଶ୍ୱର, ୨୦/୦୬ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟପାଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ । ୧୭ଟି ବେନାମୀ ପ୍ଲଟ୍ ସମେତ ମୋଟ୍ ୪୯ଟି ପ୍ଲଟ୍ ଠାବ ହୋଇଛି। ଏହାସହ ଗୋଟିଏ ବେନାମୀ ଓ ଅନ୍ୟ ଏକ ଫ୍ଲାଟ୍ ମଧ୍ୟ ଠାବ ହୋଇଛି। କୋରାପୁଟରେ ୧୪ ଏକର ଜମିରେ ୩ଟି ଫାର୍ମ ହାଉସ୍ ମଧ୍ୟ ରହିଛି। ୯୪୦ ଗ୍ରାମ୍ ସୁନା, ଅଢେଇ କେଜି ରୁପା, ଗୋଟିଏ ବେନାମୀ ୪ ଚକିଆ, ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ଓ ୬୦ ଲକ୍ଷ ୯୨ ହଜାର ଜମା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ସହ ସଂପୃକ୍ତ ୭ଟି ସ୍ଥାନରେ ଆଜି ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଛି। ବୋରିଗୁମ୍ମା ତହସିଲର ତାରାଗାଁ ମୌଜାରେ ୧୦.୦୩ ଏକର ପରିମିତ ଏକ ଆମ୍ବ ଓ ୟୁକାଲିପଟାସ୍ ବଗିଚା ସହ ଆଉ ଏକ ସ୍ଥାନରେ ୪.୩୫ଏକରର ନୀଳଗିରି ଚାଷ ହୋଇଥିବା ଫାର୍ମ ହାଉସ୍ ଠାବ ହୋଇଛି। ଯନ୍ତ୍ରୀଙ୍କର ବାଟିବାଟି ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ କାବା ହୋଇଯାଇଛନ୍ତି।