ଆଜିର ରାଶିଫଳ (ଗୁରୁବାର)

ତା : ୧୬ /୦୩ /୨୦୨୩

ମେଷ : ଦୁଃଖ ଥିଲେ ଆଜି ସୁଖ ଅନୁଭବ କରିବେ। ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଲାଭବାନ ହେବେ। ଆଜି ଦିନଟି ବିଶ୍ରାମ କରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ର ଫଳ ଦେବ।

ବୃଷ : ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ। ଶରୀର ପୀଡ଼ା ପରି ସମସ୍ୟା ଆଜି ଆପଣଙ୍କୁ ଦେଖା ଦେବ। ଅଧିକ ଅଳସୁଆମି ଅନୁଭବ କରିବେ। କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି।

ମିଥୁନ : ଆଜି ଟଙ୍କା ସହ ଜଡିତ କିଛି ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ। ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଅଭିଳାଷ ବୃଦ୍ଧି ପାଇବ କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ।

କର୍କଟ : ବିଦ୍ୟାର୍ଥୀମାନେ ଆଜି ମନୋରଞ୍ଜନ କରି ସମୟ ଅତିବାହିତ କରିବେ। ବ୍ୟବସାୟୀମାନେ କାମ କରିବାକୁ ନୂଆ ସୁଯୋଗ ପାଇବେ କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ। ଦୃଢ଼ମନା ହୋଇ ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

ସିଂହ : ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ। ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ।

କନ୍ୟା : ଘରର ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି। ପରିବାର କିମ୍ବା କର୍ମ କ୍ଷେତ୍ରରେ ବାଦବିବାଦ ଲାଗି ରହିବ। ଆଜି ଆପଣ ଆପଣଙ୍କ ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ।

ତୁଳା : ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କ ରାଶିରେ ଘାତଚନ୍ଦ୍ର। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ। ଯଦି ଆପଣ ଏକ ନୂତନ ଚାକିରି ପାଇଁ ଆବେଦନ କରିଛନ୍ତି, ତେବେ ଆପଣ ସେଠାରୁ ଭଲ ଖବର ଶୁଣିବାକୁ ପାଇବେ।

ବିଛା : ଅପରାହ୍ନରେ ଅଙ୍ଗ ରେ ଯନ୍ତ୍ରଣା ବଢିପାରେ। ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ ସମୟରେ ସମାଧାନ ହେବ। ମନ ସାଧାରଣତଃ ଅଶାନ୍ତ ରହିବ। ଆର୍ଥିକ ର୍କ୍ଷେତ୍ରରେ ଲାଭ ହେବ।

ଧନୁ : ସମୟର ଅଧିକ ଅପବ୍ୟବହାର ହେବ କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ। ଆଜି ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର। ମାନସିକ ସ୍ଥିତି ଠିକ୍ ରହିବ। ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ। ବ୍ୟବସାୟ ଲାଭଜନକ ହେବ।

ମକର : ଜୀବନ ସାଥୀ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆଜି ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ବ୍ୟବସାୟରେ ଆୟର ପରିମାଣ କାମ ରହିବ। ବିଦ୍ୟାର୍ଥୀମାନେ ଅମନଯୋଗି ହେବେ।

କୁମ୍ଭ : ଅନେକ ନୂତନ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବ ଏବଂ ଆପଣ ମଧ୍ୟ ସେମାନଙ୍କ ଉପରେ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ। ଆୟ ବହୁ କଷ୍ଟ ରେ ଉପାର୍ଜନ ହେବ। ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।

ମୀନ : ପିଲାମାନଙ୍କ ପାଇଁ ଦିନଟି ବହୁତ୍ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ। ଆଜି ଅଧିକ ପରିଶ୍ରମ ଯୋଗୁଁ ଦେହ କଷ୍ଟ ହେବ। ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ।