ଆଜିର ରାଶିଫଳ (ସୋମବାର)

ତା : ୩ / ୪ / ୨୦୨୩

ମେଷ : କୌଣସି ସ୍ଥାନରେ ସମ୍ମାନ ହାନି ହେବାର ସମ୍ଭାବନା ରହିଛି । ଅର୍ଥ ଉପାର୍ଜନକୁ ନେଇ ଚିନ୍ତାରେ ପଡ଼ିବେ ।ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀ ମାନେ ଅଳ୍ପ ପରିଶ୍ରମୀ ହେବେ।

ବୃଷ : କୌଣସି ବଡ଼ ବିବାଦରେ ପଡ଼ି ଅଯଥା ସମୟ ନଷ୍ଟ କରିବେ । ସମ୍ମାନକୁ ଜଗି ରଖି କାର୍ଯ୍ୟ କରନ୍ତୁ । ବ୍ୟବସାୟ ଏତେ ଭଲ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ ।ବିଦ୍ୟାର୍ଥୀ ମାନେ ରାଗ ଦ୍ୱେଷ ର ଶିକାର ହେବେ।

ମିଥୁନ : ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ ସମ୍ପାଦନ କରିବେ । କୌଣସି ନୂତନ କିମ୍ବା ପୁରାତନ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନର ପାତ୍ର ହେବେ । ବିଦ୍ୟାର୍ଥୀ ମାନେ ସଫଳ ଅର୍ଜନ କରିବେ। ବ୍ୟବସାୟରେ ଲାଭର ଯୋଗ ରହିବ ।

କର୍କଟ : ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରିବା ବିଧେୟ । କର୍କଟ ରାଶିରେ ଆଜି ଘାତ ଚନ୍ଦ୍ର । ଆୟ ଠାରୁ ବ୍ୟୟ ଅଧିକ ରହିବ । ବନ୍ଧୁମାନଙ୍କ ସହ ଭ୍ରମଣରେ ଯାଇ ଖର୍ଚ୍ଚାନ୍ତ ହେବେ । ମୁଣ୍ଡ ବ୍ୟଥା ପରି ସମସ୍ତ ଦେଖା ଦେବ ।

ସିଂହ : ଅତି ଦୂର ସ୍ଥାନକୁ ଯାତ୍ରା କରି ଶୁଭ ଫଳ ପ୍ରାପ୍ତି କରିବେ। ସିଂହ ରାଶି କୁ ଆଜି ଶ୍ରୀ ଚନ୍ଦ୍ର । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ ।

କନ୍ୟା : କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । ଆୟ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ବ୍ୟୟ ଯୋଗ ରହିଛି ।କର୍ମ କ୍ଷେତ୍ରରେ ଆଳସ୍ୟ ଦେଖା ଦେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ୍ ଲାଭ ଦାୟକ ରହିଛି ।

ତୁଳା : ସଫଳତା ଅର୍ଜନ କରିବେ ଅଟକିଥିନ କାର୍ଯ୍ୟର ସମାପ୍ତି ଘଟିବ । ଆୟରେ ବୃଦ୍ଧି ଘଟିବ । ଗୃହରେ ନୂତନ ଶୁଭ କାର୍ଯ୍ୟର ଆରମ୍ଭ ହେବ । ମନରେ ଶାନ୍ତି ବଜାୟ ରହିବ । ପାରିବାରିକ ଜୀବନ ସୁଖ ମୟ ହେବ । ଘରକୁ ବନ୍ଧୁଙ୍କ ଆଗମନ ହେବ ।

ବିଛା : ଦୂର ସ୍ଥାନକୁ ଯାତ୍ରା ସଫଳ ହେବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । କର୍ମ ଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ। ନୂଆ ଚାକିରି ଆଜି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।

ଧନୁ : ଆଧ୍ୟାତ୍ମିକ ଚିନ୍ତାଧାରାରେ ବୃଦ୍ଧି ଘଟିବ । ଭାଗବତ ସେବାରେ ମନୋନିବେଶ କରିବେ। କିଛି ମାନସିକ ବିଷାଦ ମଧ୍ୟ ଦେଖା ଦେଇ ଦେଇ ପାରେ । ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ ।

ମକର : ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳି ପାରେ । ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ ।ଅଙ୍ଗ ରେ କ୍ଳେଶ ଦେଖା ଦେଇ ପାରେ । ସୁଖ ହାନି ହୋଇ ପାରେ। ମନ ଅସ୍ଥିର ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ ।

କୁମ୍ଭ : ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବନ୍ଧୁଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବେ । କର୍ମ କ୍ଷେତ୍ର ରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ମୀନ : ସମ୍ମାନ ପ୍ରାପ୍ତି ର ଯୋଗ ରହିଛି । ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଭ୍ରମଣ ଯୋଗ ରହିଛି। ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇ ପାରେ । ପାରିବାରିକ ଜୀବନ ସୁଖ ମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ ।

SBI AD