ମେଷ : ଆଜି ଆପଣଙ୍କ ମନରେ କାମ କରିବା ପାଇଁ ଭଲ ଉତ୍ସାହ ଓ ଶକ୍ତି ରହିବ । ସକାଳୁ ହିଁ ସବୁ କାମ ଶୀଘ୍ର ଶେଷ କରିବାକୁ ଇଚ୍ଛା ହେବ । କିନ୍ତୁ ଅନ୍ୟମାନେ ଆପଣଙ୍କ ଗତି ସହ ତାଳ ଦେଇ ନପାରିଲେ ଚିଡ଼ଚିଡ଼ା ହୋଇପାରନ୍ତି । ତେଣୁ ଧୈର୍ଯ୍ୟ ରଖନ୍ତୁ। ପ୍ରତ୍ୟେକ କାମକୁ ଧୀରେ ଧୀରେ କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ, କିନ୍ତୁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ ।
ବୃଷ : ଆଜି ଆପଣ ଟିକେ ମାନସିକ ଚାପ ଅନୁଭବ କରିପାରନ୍ତି । କିଛି ନୂଆ କରିବାକୁ ମନରେ ଇଚ୍ଛା ଜାଗ୍ରତ ହେବ । ଏହି ଭାବନାକୁ ସକାରାତ୍ମକ ଭାବେ ନିଅନ୍ତୁ । ନିଜ କାମ କରିବାର ଶୈଳୀରେ ଛୋଟ ପରିବର୍ତ୍ତନ ଆଣିଲେ ଭଲ ଫଳ ମିଳିପାରେ । ଆର୍ଥିକ ଓ କର୍ମକ୍ଷେତ୍ରରେ ସ୍ଥିରତା ରହିବ । ପରିବାର ସହ ସମୟ ବିତାଇଲେ ମନ ହାଲୁକା ହେବ ଏବଂ ଖୁସି ଅନୁଭବ କରିବେ ।
ମିଥୁନ : ଆଜି ଏକାସାଙ୍ଗରେ ଅନେକ କାମ ଆପଣଙ୍କ ସାମ୍ନାକୁ ଆସିପାରେ । ସବୁ କାମ ପାଇଁ ହଁ କହିବା ପୂର୍ବରୁ ନିଜ ସାମର୍ଥ୍ୟ ବିଷୟରେ ଭାବନ୍ତୁ । ଯେତିକି କାମ କରିପାରିବେ, ସେତିକି ଦାୟିତ୍ୱ ନିଅନ୍ତୁ । ନଚେତ୍ ଦିନସାରା ଥକାପଣ ଓ ମାନସିକ ଚାପ ଅନୁଭବ କରିପାରନ୍ତି । ଛୋଟ ଛୋଟ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ।
କର୍କଟ : ଆଜି ଆପଣ ଟିକେ ଅଧିକ ଭାବପ୍ରବଣ ହୋଇପାରନ୍ତି । ଛୋଟ ଛୋଟ କଥା ମଧ୍ୟ ଆପଣଙ୍କ ମନକୁ ଆଘାତ ଦେଇପାରେ । ବାହାରକୁ ସବୁକିଛି ସ୍ୱାଭାବିକ ଲାଗିଲେ ମଧ୍ୟ ମନ ଭିତରେ ଚିନ୍ତା ରହିପାରେ । ତେଣୁ ନିଜକୁ କିଛି ସମୟ ଦିଅନ୍ତୁ । ଅଧିକ ଭିଡ଼ ଓ କୋଳାହଳଠାରୁ ଦୂରେଇ ଶାନ୍ତ ପରିବେଶରେ ରୁହନ୍ତୁ । କୌଣସି କାମରେ ତରବର ନହୋଇ ଧୀରେ ଧୀରେ ଆଗକୁ ବଢ଼ନ୍ତୁ ।
ସିଂହ : ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ଓ ପ୍ରାଧାନ୍ୟ ବଜାୟ ରହିବ । ଆପଣଙ୍କ କଥାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ଏବଂ କାମ ଆଗକୁ ବଢ଼ିବ । ତେବେ ନିଜ ସଫଳତାକୁ ନେଇ ଅହଂକାରୀ ହୁଅନ୍ତୁ ନାହିଁ । ଶାନ୍ତ ଓ ସଂଯମୀ ରହିଲେ ଅଧିକ ଲାଭ ମିଳିବ । କ୍ୟାରିୟର ପାଇଁ ଦିନଟି ଅନୁକୂଳ ରହିବ । ନିଜ ଆଚରଣ ଓ ବ୍ୟବହାର ଭଲ ରଖିଲେ ସମସ୍ତଙ୍କ ସହଯୋଗ ପାଇବେ ।
କନ୍ୟା : ଆଜି ଆପଣ କାମର ଚାପ ଯୋଗୁଁ ଟିକେ ଭାରାକ୍ରାନ୍ତ ଅନୁଭବ କରିପାରନ୍ତି । ତଥାପି ନିଜ ଦାୟିତ୍ୱକୁ ଭଲଭାବେ ପରିଚାଳନା କରିପାରିବେ । ଅଧିକ କାମ କରି ନିଜକୁ ଥକାନ୍ତୁ ନାହିଁ । ମଝିରେ ମଝିରେ ବିଶ୍ରାମ ନେବା ଆବଶ୍ୟକ । ପରିବାର ସଦସ୍ୟଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ । ସେମାନଙ୍କ ସହ କିଛି ସମୟ ବିତାଇଲେ ମନର ଚାପ କମିବ ଏବଂ ଆଶ୍ୱସ୍ତି ମିଳିବ ।
ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କର୍ମକ୍ଷେତ୍ରରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ, କିନ୍ତୁ ପରିଶ୍ରମ ଦ୍ୱାରା ସଫଳତା ମିଳିବ । ଗୁରୁତ୍ୱପୂର୍ଣ୍ଣ କାମ ସମୟ ମଧ୍ୟରେ ଶେଷ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ବନ୍ଧୁଙ୍କ ସହ ସାକ୍ଷାତ ଖୁସି ଆଣିବ । ପାରିବାରିକ ଜୀବନରେ କିଛି ସମସ୍ୟା ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।
ବିଛା : ଆଜି ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ । ବ୍ୟବସାୟରେ ଲାଭ ହେବା ସହ ଆୟ ବୃଦ୍ଧି ପାଇଁ କରୁଥିବା ପ୍ରୟାସ ସଫଳ ହେବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ରହିଲେ ମଧ୍ୟ ପରିଶ୍ରମର ଫଳ ମିଳିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସନ୍ତାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ପରିବାର ସହ ଖୁସିରେ ସମୟ କାଟିବେ । ବୈବାହିକ ଜୀବନ ଓ ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଓ ବାଧା ଆସିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତା ବଢ଼ିପାରେ । ଭଲଭାବେ ଚିନ୍ତା ନକରି କୌଣସି କାମ ଆରମ୍ଭ କରନ୍ତୁ ନାହିଁ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । କ୍ରୋଧ ନିୟନ୍ତ୍ରଣ କରନ୍ତୁ ଏବଂ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ପରିବାରର ସହଯୋଗ ମିଳିବ, ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
ମକର : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । କାହା ସହ ଆର୍ଥିକ କାରବାର କରିବାରୁ ଦୂରେଇ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ । ଖର୍ଚ୍ଚ ନିୟନ୍ତ୍ରଣ କରିବା ଆବଶ୍ୟକ । ପରିବାର ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ । ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବନ୍ଧୁଙ୍କଠାରୁ ଉପହାର ମିଳିପାରେ ଏବଂ ପରିବାରର ସମର୍ଥନ ପାଇବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ ।
କୁମ୍ଭ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ପିତାମାତା ଓ ବୟସ୍କଙ୍କ ଆଶୀର୍ବାଦରେ କାମ ସହଜରେ ସମ୍ପନ୍ନ ହେବ । ମନରେ ନୂଆ ଶକ୍ତି ଓ ଉତ୍ସାହ ଭରି ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ ଏବଂ ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି । ବିଦେଶରୁ ଭଲ ଖବର ମିଳିପାରେ । ପାରିବାରିକ ସମସ୍ୟାକୁ ଧୈର୍ଯ୍ୟର ସହ ସମାଧାନ କରନ୍ତୁ । ପୋଷାକ ଓ ଅଳଙ୍କାର ପ୍ରତି ଆଗ୍ରହ ବଢ଼ିବ ।
ମୀନ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ ଜୀବନରେ ଖୁସି ଓ ସନ୍ତୋଷ ମିଳିବ । ବ୍ୟବସାୟରେ ସଫଳତା ଓ ଆର୍ଥିକ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ ଏବଂ ଉପରିସ୍ଥ ଅଧିକାରୀ ଖୁସି ରହିବେ । ଦାୟିତ୍ୱ ସଠିକ୍ ଭାବେ ତୁଲାଇବେ । ମାନସିକ ଚାପରୁ ମୁକ୍ତି ମିଳିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ ।