ମେଷ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ । ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ ।
ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ । ଜମି ସଂପର୍କିତ ମାମଲାର ସାମାଧାନ ହୋଇଯିବ । ଧନଲାଭ ଯୋଗ ରହିଛି । ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ ।
ମିଥୁନ: ଅଚାନକ ଧନଲାଭ ହେବ । ଗୃହିଣୀ ଜୀବନସାଥୀ ଠାରୁ ଉପହାର ପାଇବେ । ନୂଆ କାମ କରିବା ଲାଗି ବଡ଼ଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସ୍ବାସ୍ଥ୍ୟରେ ଉନ୍ନତି ହେବ ।
କର୍କଟ: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ । ବିରୋଧୀ ପକ୍ଷ ଦୂରତ୍ବ ବଜାୟ ରହିବେ । ଆପଣଙ୍କ କାମରେ ଆପଣଙ୍କର ଆତ୍ମବିଶ୍ବାର ଝଲକ ଦେଖାଦେବ । ଛାତ୍ରଛାତ୍ରୀ ଶୁଭ ଖବର ପାଇବେ ।
ସିଂହ: ପୂର୍ବରୁ କରିଆସୁଥିବା କାମରେ ସକାରାତ୍ମକ ପରିଣାମ ପାଇବେ । ଆବେଗକୁ ନିୟନ୍ତ୍ରଣ ରଖନ୍ତୁ ଲାଭ ହେବ । ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ ।
କନ୍ୟା: ଭାବିଥିବା କାମ ପୂରା ହେବ । କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ । ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ ।
ତୁଳା: ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ ରହିବ । କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ରହିବ । ଛାତ୍ରଛାତ୍ରୀଙ୍କର ଶିକ୍ଷା ଉତ୍ତମ ରହିବ ।
ବିଛା: ଜଟିଳ ପ୍ରଶ୍ନର ଉତ୍ତର ଆପଣ ପାଇଯିବେ । ବିବାହିତ କୌଣସି ଭଲ ଜାଗାକୁ ବୁଲି ଯିବେ । ଅଧୁରା କାମ ପୂରା ହୋଇଯିବ । ପ୍ରିୟଜନ ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ଦେବେ ।
ଧନୁ: ଚାକିରଜୀବୀଙ୍କ ଲାଗି ଦିନଟି ଭଲ । ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାର କରିବାର ବିଚାର ଆସିବ । ବୁଦ୍ଧିମତ୍ତାରେ କାମ କରନ୍ତୁ ଲାଭ ହେବ । ମୁସ୍କିଲ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ ।
ମକର: କୌଣସି ଜାଗାକୁ ଭ୍ରମଣରେ ଯାଆନ୍ତୁ ଲାଭ ହେବ । ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ । କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି । ଛାତ୍ର ଅନଲାଇନିରେ କିଛି ଶିଖିବାକୁ ଚେଷ୍ଟା କରିବେ ।
କୁମ୍ଭ: କାରବାର ବୃଦ୍ଧି ଲାଗି ଦିନଟି ଶୁଭ । ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଲାଭ ହେବ । ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଲାଗୁ କରନ୍ତୁ ଲାଭ ହେବ । ଦିନଟି ଭଲ ରହିବ ।
ମୀନ: ଆପଣଙ୍କ ମନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ । ବେପାରରେ ବାପା ମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ । ଅଫିସରେ ନୂଆ ଲୋକଙ୍କ ସହିତ ଯୋଡ଼ିବେ । ବିବାହିତ କୌଣସି ସମାରୋହକୁ ଯିବେ ।