ଆଜିର ରାଶିଫଳ (ଶୁକ୍ରବାର)

ତା : ୦୨/୧୦/୨୦୨୬

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କଠିନ ପରିଶ୍ରମର ସକାରାତ୍ମକ ଫଳ ମିଳିବ । ବ୍ୟବସାୟୀମାନେ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ପାଇପାରନ୍ତି । କାର୍ଯ୍ୟାଳୟରେ ସହକର୍ମୀଙ୍କ ସମର୍ଥନ ମିଳିବ । ପରିବାର ଓ ବନ୍ଧୁଙ୍କଠାରୁ ଲାଭ ମିଳିପାରେ । ସାମାଜିକ କ୍ଷେତ୍ରରେ ସଫଳତା ମିଳିବ । ବୈବାହିକ ଜୀବନ ଆନନ୍ଦମୟ ରହିବ । ପରିବାର ସହ ଭଲ ସମୟ ବିତାଇବେ । ଛାତ୍ରମାନେ ପାଠପଢ଼ାରେ ମନ ଦେବେ । ନୂଆ ଯୋଜନାରେ ସଫଳତା ପାଇଁ ସତର୍କତାର ସହ ନିଷ୍ପତ୍ତି ନିଅନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଭଲ ।

ବୃଷ : ଆଜି ଦିନଟି ମିଶ୍ରିତ ରହିବ । ଆତ୍ମବିଶ୍ୱାସରେ କିଛି ହ୍ରାସ ହୋଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବାରୁ ଚାପ ଅନୁଭବ କରିପାରନ୍ତି । ମନରେ ଅସ୍ଥିରତା ରହିପାରେ । ମିଠା କଥାବାର୍ତ୍ତା ମାଧ୍ୟମରେ ନୂଆ ସମ୍ପର୍କ ଗଢ଼ିପାରିବେ । ଅଧିକ ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ । ପୁରୁଣା ସମସ୍ୟାକୁ ନେଇ ମାନସିକ ଚାପ ରହିବ । କାମରେ ବନ୍ଧୁଙ୍କ ସମର୍ଥନ ନେଇପାରନ୍ତି । ପ୍ରିୟଜନଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଦିଗ ଦେଖାଇବ । ଛାତ୍ରମାନେ ପାଠପଢ଼ାରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ପରିବାରରୁ ଖୁସି ମିଳିବ । ଖର୍ଚ୍ଚ ନିୟନ୍ତ୍ରଣ କରିବା ସହ ମନକୁ ଶାନ୍ତ ରଖନ୍ତୁ ।

ମିଥୁନ ଆଜି ଦିନଟି ଶୁଭ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ପାଇବାର ସୁଯୋଗ ରହିଛି । ଅଟକିଥିବା ଟଙ୍କା ମିଳିପାରେ । ନୂଆ ଉତ୍ସରୁ ଆୟ ହେବାର ସମ୍ଭାବନା ରହିବ । ଭଲ ଖବର ପାଇ ମନ ଖୁସି ହେବ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ରହିବ । ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିପାରେ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବଡ଼ମାନଙ୍କ ସେବା କରିବା ଶୁଭ ଫଳ ଦେଇପାରେ । ପିତାଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନଶୀଳ ରୁହନ୍ତୁ ।

କର୍କଟ : ଆଜି ଦିନଟି ସାଧାରଣ ରହିବ । ବ୍ୟବସାୟିକ କାର୍ଯ୍ୟ ସହଜରେ ସମାପ୍ତ ହେବା ସହ ଆର୍ଥିକ ଲାଭ ମିଳିପାରେ । ଶିକ୍ଷା କ୍ଷେତ୍ରରେ କିଛି ଅସୁବିଧା ରହିବ । ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ପିତାଙ୍କଠାରୁ ଲାଭ ପାଇପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା କରିବାର ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ମଧୁରତା ରହିବ । ଅଫିସ୍ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ବଢ଼ିବ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ପିଲାମାନଙ୍କଠାରୁ ଖୁସି ମିଳିବ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ କାମକୁ ଯୋଜନାବଦ୍ଧ ଭାବେ କରିଲେ ଅନେକ ସମସ୍ୟା ଦୂର ହୋଇପାରିବ ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି । ବନ୍ଧୁଙ୍କଠାରୁ ସହଯୋଗ ଓ ଲାଭ ମିଳିବ । ଛୋଟ ଯାତ୍ରାର ସୁଯୋଗ ମିଳିପାରେ । ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । କଥାବାର୍ତ୍ତା ସମୟରେ ସଂଯମ ରଖିବା ଆବଶ୍ୟକ । ପରିବାର ସହ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି । କିଣାକାଟାରେ ଅଧିକ ଖର୍ଚ୍ଚ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ବନ୍ଧୁଙ୍କ ସହ ମତଭେଦ ହୋଇପାରେ । ମାନସିକ ଚାପକୁ ଦୂର କରିବା ପାଇଁ ବିଶ୍ରାମ ନିଅନ୍ତୁ ଏବଂ ନିଜ ପସନ୍ଦର କାମରେ ସମୟ ଦିଅନ୍ତୁ ।

କନ୍ୟା ଆଜି ଦିନଟି ଶୁଭ ରହିବ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ମିଳିପାରେ । ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ସୁଯୋଗ ପାଇପାରନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହିବ । ବନ୍ଧୁଙ୍କ ପାଇଁ ଖର୍ଚ୍ଚ ହୋଇପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ । ଜୀବନସାଥୀଙ୍କ ସହ ବାହାରକୁ ଯିବାର ସୁଯୋଗ ମିଳିପାରେ । ପରିବାର ସହ ଭଲ ସମୟ ବିତାଇବେ । ନକାରାତ୍ମକ ଚିନ୍ତାକୁ ଦୂରେଇ ରଖନ୍ତୁ । କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଆପଣଙ୍କ ପରିଶ୍ରମର ଫଳ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ନିୟମିତ ଖାଦ୍ୟ ଓ ବିଶ୍ରାମ ନିଅନ୍ତୁ ।

ତୁଳା : ଆଜି ଦିନଟି ସାଧାରଣ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । ମନରେ ନୂଆ ଚିନ୍ତା ଓ ଯୋଜନା ଆସିବ । ଭଲ କମ୍ପାନୀରୁ ଚାକିରି ପ୍ରସ୍ତାବ ପାଇପାରନ୍ତି । ପରିବାରରେ ମତଭେଦ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଚିନ୍ତା ରହିବ । କିଛି ଅଟକିଥିବା ଟଙ୍କା ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ କାମରେ ଧୈର୍ଯ୍ୟ ରଖିଲେ ଭଲ ଫଳ ମିଳିପାରେ । ପରିବାରର ବଡ଼ମାନଙ୍କ ପରାମର୍ଶ ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ଖର୍ଚ୍ଚରେ ସଂଯମ ରଖନ୍ତୁ ।

ବିଛା : ଆଜି ଦିନଟି ମିଶ୍ରିତ ରହିବ । ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିପାରେ । ବନ୍ଧୁଙ୍କ ସହ ଭେଟ ହୋଇପାରେ । ଶାରୀରିକ ଭାବେ ଭଲ ଅନୁଭବ କରିବେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମାନସିକ ଚାପ ବଢ଼ାଇପାରେ । ଆତ୍ମବିଶ୍ୱାସରେ କିଛି ହ୍ରାସ ହୋଇପାରେ । ଗରିବ ଓ ଅବହେଳିତ ପିଲାମାନଙ୍କୁ ପଢ଼ାଇବାରେ ସମୟ ଦେଇ ମନରେ ଖୁସି ପାଇବେ । ଏପରି ସେବାମୂଳକ କାର୍ଯ୍ୟ ଆପଣଙ୍କୁ ସନ୍ତୋଷ ଦେଇପାରେ । ଭବିଷ୍ୟତରେ ସହାୟକ ହେବାକୁ ଥିବା କିଛି ଲୋକଙ୍କ ସହ ପରିଚୟ ହୋଇପାରେ । କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରଖନ୍ତୁ । ପରିବାରର ସମର୍ଥନ ମିଳିବ । ନିଷ୍ପତ୍ତି ନେବାବେଳେ ଧୈର୍ଯ୍ୟ ରଖିବା ଆପଣଙ୍କ ପାଇଁ ଉପକାରୀ ହେବ ।

ଧନୁ : ଆଜି ଦିନଟି ଶୁଭ ରହିବ । ଆର୍ଥିକ ଲାଭ ସହ ଭାଗ୍ୟର ସମର୍ଥନ ମିଳିପାରେ । ଆୟ ବଢ଼ିବାର ସୁଯୋଗ ରହିବ । କାର୍ଯ୍ୟରେ ସଫଳତା ପାଇବେ । ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିପାରେ । ଛୋଟ ଯାତ୍ରାର ସୁଯୋଗ ଆସିପାରେ । ବିଦେଶରୁ ଭଲ ଖବର ମିଳିପାରେ । ପିଲାମାନଙ୍କଠାରୁ ଖୁସି ମିଳିବ । ପରିବାର ଓ ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ । ପସନ୍ଦର କାର୍ଯ୍ୟକଳାପକୁ ଆଗକୁ ବଢ଼ାଇପାରନ୍ତି । ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନେ ଭଲ ଫଳ ପାଇବା ପାଇଁ ପରିଶ୍ରମ ଜାରି ରଖନ୍ତୁ । ଅତ୍ୟଧିକ ଯାତ୍ରାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର : ଆଜି ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ବୃଦ୍ଧିର ସୁଯୋଗ ମିଳିପାରେ । ଅଫିସ୍ କିମ୍ବା କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ପାରିବାରିକ ଜୀବନରେ ମଧୁରତା ରହିବ । ବିଦେଶ ଭ୍ରମଣ ପାଇଁ ସୁଯୋଗ ଆସିପାରେ । ଏକ ପ୍ରମୁଖ କମ୍ପାନୀ ସହ ବ୍ୟବସାୟିକ ଚୁକ୍ତି ହୋଇପାରେ । କ୍ରୀଡ଼ାରେ ଆଗ୍ରହୀ ଛାତ୍ରମାନେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇପାରନ୍ତି । ବହୁଦିନ ପରେ ଜଣେ ପରିଚିତଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ଦକ୍ଷତା ଅନେକ କଷ୍ଟକର କାମକୁ ସହଜ କରିବ । ନୂଆ ସୁଯୋଗ ମିଳିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କାର୍ଯ୍ୟଭାର ମଧ୍ୟରେ ବିଶ୍ରାମ ନିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ।

କୁମ୍ଭ : ଆଜି ଦିନଟି ଭଲ ରହିବ । ପିତାମାତା ଓ ବଡ଼ମାନଙ୍କ ଆଶୀର୍ବାଦରେ କାର୍ଯ୍ୟ ସହଜରେ ସମାପ୍ତ ହେବ । ଶାରୀରିକ ଭାବେ ନୂଆ ଶକ୍ତି ଅନୁଭବ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ହେବ । ନୂଆ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିବ । ଜୀବନଶୈଳୀରେ କିଛି ଅସହଜତା ଅନୁଭବ ହୋଇପାରେ । ବିଦେଶରୁ ଭଲ ଖବର ମିଳିପାରେ । ଆତ୍ମନିୟନ୍ତ୍ରଣ ରଖିବା ଜରୁରୀ । ପାରିବାରିକ ସମସ୍ୟା କିଛି ଅସୁବିଧା ସୃଷ୍ଟି କରିପାରେ । ପୋଷାକ ଓ ଅଳଙ୍କାର ପ୍ରତି ଆଗ୍ରହ ବଢ଼ିବ । ଜଣେ ନିକଟ ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ଘରୋଇ ପରିବେଶକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନୂଆ କାମ ଆରମ୍ଭ ପୂର୍ବରୁ ଭଲ ଯୋଜନା କରିବା ଉପକାରୀ ହେବ ।

ମୀନ : ଆଜି ଦିନଟି ସାଧାରଣ ରହିବ । କାର୍ଯ୍ୟରେ କିଛି ବାଧା ଆସିପାରେ । ଯାନବାହନର ରକ୍ଷଣାବେକ୍ଷଣ ପାଇଁ ଅଧିକ ଖର୍ଚ୍ଚ ହୋଇପାରେ । ବୈବାହିକ ଜୀବନରେ ଆନନ୍ଦ ରହିବ । ପରିବାରର ଜଣେ ବୟସ୍କଙ୍କଠାରୁ ଆର୍ଥିକ ସହାୟତା କିମ୍ବା ଟଙ୍କା ମିଳିପାରେ । ଯାତ୍ରା କରିବାର ସୁଯୋଗ ମିଳିବ । ଯୋଗ ଓ ଧ୍ୟାନ ମାଧ୍ୟମରେ ମନକୁ ଶାନ୍ତ ରଖିପାରିବେ । ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ । ଅଫିସରେ ପଡ଼ି ରହିଥିବା କାମ ସମାପ୍ତ କରିଲେ ମନର ବୋଝ ହାଲୁକା ହେବ । ନୂଆ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଜୀବନସାଥୀଙ୍କ ସହ ଥିବା ମତଭେଦ ଦୂର ହେବ । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହି ନିଜ କାମରେ ଧ୍ୟାନ ଦିଅନ୍ତୁ ।