ବିଜୁ ଜନତା ଦଳର ନୂଆ ମିଡ଼ିଆ ସେଲ୍ ଗଠନ, ସୋସିଆଲ ମିଡ଼ିଆ ଷ୍ଟିୟରିଂ କମିଟିରେ ରହିଛନ୍ତି ୧୦ଜଣ ସଦସ୍ୟ

ଭୁବନେଶ୍ୱର, ୦୩/୧୦ : ବିଜୁ ଜନତା ଦଳ ପକ୍ଷରୁ ଦଳର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସେଲ୍ କୁ ନୂତନ ଭାବେ ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ମିଡିଆ ସେଲ୍‌କୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି। ବରିଷ୍ଠ ପେନାଲିଷ୍ଟ ଲିଷ୍ଟରେ ୨୦ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ସେହିଭଳି ବିଜେଡି ସୋସିଆଲ ମିଡ଼ିଆ ଷ୍ଟିୟରିଂ କମିଟିରେ ରହିଛନ୍ତି ୧୦ଜଣ ସଦସ୍ୟ। ଦଳର ରାଜ୍ୟ ମୁଖପାତ୍ର ଲିଷ୍ଟରେ ୩୦ଜଣଙ୍କୁ ନୂତନ ଭାବେ ନିଯୁକ୍ତ କରାଯାଇଛି ।

୧ ଇଲେକ୍ଟ୍ରୋନିକ ମିଡିଆ

• ମୁଖ୍ୟ ସଂଯୋଜକ : ଡକ୍ଟର ଅରୁଣ କୁମାର ସାହୁ

• ବରିଷ୍ଠ ସଂଯୋଜକ : ଦେବେଶ ଆଚାର୍ଯ୍ୟ

• ସଂଯୋଜକ : ଲେନିନ ମହାନ୍ତି

୨. ପ୍ରିଣ୍ଟ ମିଡିଆ

• ମୁଖ୍ୟ ସଂଯୋଜକ : ସଞ୍ଜୟ କୁମାର ଦାସବର୍ମା

• ବରିଷ୍ଠ ସଂଯୋଜକ : ଗୌତମବୁଦ୍ଧ ଦାସ

• ସଂଯୋଜକ : ପ୍ରିୟବ୍ରତ ମାଝୀ

୩. ସୋସିଆଲ ମିଡିଆ ଓ ଆଇଟି

• ମୁଖ୍ୟ ସଂଯୋଜକ : ପ୍ରତାପ ଜେନା

• ବରିଷ୍ଠ ସଂଯୋଜକ : ପ୍ରଣବ କୁମାର ବଳବନ୍ତରାୟ

• ସୋସିଆଲ ମିଡିଆ ସଂଯୋଜକ: ସ୍ୱୟଂ ପ୍ରକାଶ ମହାପାତ୍ର

• ଆଇଟି ସଂଯୋଜକ : ଅମରେଶ ପତ୍ରୀ

ସେହିପରି ଜାତୀୟ ମୁଖପାତ୍ର ଲିଷ୍ଟରେ ୨୦ଜଣଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ଲିଷ୍ଟରେ ଡ. ସନ୍ତୃପ୍ତ ମିଶ୍ର, ଡ.ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହ ଦେଓ, ଚିରଞ୍ଜିବ ବିଶ୍ବାଳ, ପ୍ରଦୀପ ମାଝି, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁବକ୍ସ ପାତ୍ର, ସୁଦର୍ଶନ ହରିପାଲ, ସଞ୍ଜିବ ମଲ୍ଲିକ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଅଭିନାଶ ସାମଲ, ସୁଜାତା ସାହୁ, ରୋମାଞ୍ଚ ରଞ୍ଜନ ବିଶ୍ବାଳ, ସରୋଜ ମେହେର, ମୁକେଶ କୁମାର ପାଲ, ରୁଦ୍ର ପ୍ରତାପ ମହାରଥୀଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି ।

ଅନ୍ୟପଟେ ବିଜେଡି ଆଇଟି ଷ୍ଟିୟରିଂ କମିଟିରେ ୧୫ଜଣ ସଦସ୍ୟ ରହିଛନ୍ତି ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ଉପରେ ମୋହର ବାଜିଛି ।