ନୂଆଦିଲ୍ଲୀ,୨୦/୧ : ଦେଶର ୧୫ ବର୍ଷରୁ ଅଧିକ ସବୁ ସରକାରୀ ପୁରୁଣା ଗାଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବା ସହ ସେଗୁଡ଼ିକୁ ସ୍କ୍ରାପ୍ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଥିବା ଏଭଳି ପୁରୁଣା ଗାଡ଼ି ସ୍କ୍ରାପ୍ ହେବ। ରାଜ୍ୟଗୁଡ଼ିକର ପରିବହନ ନିଗମ ଓ ସରକାରୀ ଉଦ୍ୟୋଗମାନଙ୍କ ପାଖରେ ଥିବା ପୁରୁଣା ବସ୍ର ପଞ୍ଜୀକରଣ ରଦ୍ଦ କରାଯିବା ସହ ସେଗୁଡ଼ିକୁ ମଧ୍ୟ ସ୍କ୍ରାପ୍ କରାଯିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ତେବେ ପ୍ରତିରକ୍ଷା କାର୍ଯ୍ୟରେ ଏବଂ ଆଇନ ଶୃଙ୍ଖଳା ଓ ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକ ପାଇଁ ଏହି ବିଜ୍ଞପ୍ତି ଲାଗୁ ହେବ ନାହିଁ।