ନୂଆଦିଲ୍ଲୀ,୨୦/୧ : ଆଜି ‘ଭାରତ ଯୋଡ଼ୋ ଯାତ୍ରା’ ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ଜମ୍ମୁ କାଶ୍ମୀର ହେଉଛି ‘ଭାରତ ଯୋଡ଼ୋ ଯାତ୍ରାର’ ଶେଷ ଗନ୍ତବ୍ୟ ସ୍ଥଳ । ରାହୁଲ ଜମ୍ମୁ-କଶ୍ମୀରର କାଠୁଆରେ ନିଜର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମ କରି ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ପୂର୍ବରୁ ହାଡ଼ଭଙ୍ଗା ଶୀତରେ ବି ରାହୁଲ କେବଳ ଖଣ୍ଡିଏ ଟି-ସାର୍ଟ ପିନ୍ଧି ଖେଳୁଥିବାର ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବାକୁ ନେଇ ପଞ୍ଜାବ-ହିମାଚଳ ପର୍ଯ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।
ରାହୁଲଙ୍କୁ କେବଳ ଟି-ସାର୍ଟ ପିନ୍ଧିବା କାରଣରୁ ଅନେକ ଲୋକ ସମାଲୋଚନା ବି କରିଥିଲେ। କଂଗ୍ରେସକୁ ଛାଡ଼ି ଅନ୍ୟ ରାଜନୈନିକ ଦଳର ସଦସ୍ୟ ସବୁ କହିଥିଲେ ଯେ ‘ରାହୁଲ ଏମିତି କଣ ଖାଉଛନ୍ତି ଯେ ତାଙ୍କ ଏତେ ଶୀତରେ ବି ଥଣ୍ଡା ଲାଗୁନାହିଁ।’ ଯାହାର ଉତ୍ତରରେ ରାହୁଲ କହିଥିଲେ, ‘ମୁୁଁ ଶୀତକୁ ଭୟ କରେ ନାହିଁ, ସେଥିପାଇଁ ମୋତେ ଥଣ୍ଡା ଲାଗୁନାହିଁ।’
ଜାମ୍ମୁ-କଶ୍ମୀରରେ ପ୍ରବେଶ କରିବା ଅବସରରେ ରାହୁଲ ଏକ ଜନସଭାରେ କହିଛନ୍ତି, ‘ ଆଜି ମୁଁ ମୋ ଘରକୁ ଆସିଛି କାରଣ ମୋ ପରିବାର ଜମ୍ମୁ କଶ୍ମୀରର’। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭, ୨୦୨୨ରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଜାନୁଆରି ୩୦ରେ ଯାତ୍ରା ଶ୍ରୀନଗରରେ ଶେଷ ହେବ।
