ପଞ୍ଜାବରେ କଂଗ୍ରେସ କନ୍ଦଳର ଅନ୍ତ : ଦଳରେ ସିଦ୍ଧୁଙ୍କୁ ଦିଆଯିବ ଉଚିତ୍ କ୍ଷମତା

ପଞ୍ଜାବ, ୨୨/୬ : କଂଗ୍ରେସରେ ଥମିଲା କ୍ୟାପଟେନ୍-ସିଦ୍ଧୁ ଓ୍ୱାର୍ । ଅଲଗା ଦଳ ଗଢିବେନି କି କଂଗ୍ରେସ ଛାଡିବେନି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ମଙ୍ଗଳବାର ଦଳର ତିନିଜଣିଆ କମିଟି ସମ୍ମୁଖରେ ହାଜର ହୋଇ ନବଜୋତ ସିଂ ସିଦ୍ଧୁଙ୍କ ସହ ଚାଲିଥିବା ବିବାଦ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।

ଏହି କଥାବାର୍ତ୍ତା ପରେ ନବଜୋତ ସିଂ ସିଦ୍ଧୁଙ୍କୁ ଦଳରେ ତଥା ସରକାରରେ ଉପଯୁକ୍ତ ଭୂମିକା ଗ୍ରହଣ କରିବାକୁ ଅମରିନ୍ଦର ସିଂଙ୍କୁ ରାଜି ହୋଇଥିଲେ । ଏହାସହ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିବେ ବୋଲି ବି ପ୍ରତିଶୃତି ଦେଇଥିଲେ । ଏହା ପରେ ସେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କ୍ୟାପଟେନ ଅମରିନ୍ଦର ସିଂ ଦଳର ଆଉ ଜଣେ ମନ୍ତ୍ରୀ ଏବଂ ପଞ୍ଜାବ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସେମାନଙ୍କ ଭୂମିକାକୁ ନେଇ କିଛି ମତଭେଦ ରହିଛି । କ୍ୟାପଟେନ ଅମରିନ୍ଦର ସିଂ ଦଳର କେନ୍ଦ୍ରୀୟ ନେତାଙ୍କୁ ସହ ହାଇକମାଣ୍ଡଙ୍କୁ ଭେଟି ତାଙ୍କ ମତ ରଖିବେ । ସେ ଆଶା ପ୍ରକଟ କରିଛନ୍ତି ଯେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ଶୀଘ୍ର ସମାଧାନ ହେବ । ଯାହା ଦ୍ୱାରା ସମସ୍ତ ନେତା ନିର୍ବାଚନରେ ​​ନିଜସ୍ୱ ଭୂମିକା ତୁଲାଇଥିବା ବେଳେ ଦଳର ବିଜୟ ନିଶ୍ଚିତ ପାଇପାରିବେ।