ପୋଖରୀପୁଟ ଅନନ୍ତବିହାର ୱେଲଫେୟାର ସୋସାଇଟିର ଓଡ଼ିଆ ନବବର୍ଷ ପାଳନ

0

ଭୁବନେଶ୍ୱର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ଦ୍ୱାରା ସ୍ଥାନୀୟ ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମ ରେ ପାଳନ କରାଯାଇଛି । ଏହି ଅବସରରେ ପୋଖରୀପୁଟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ “ସୁରତାଲ” ପରିବେଷିତ ହୋଇଥିଲା । ଏହି ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବେ ସାଧନା ର ଅଧକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ବିଶ୍ୱାଳ,ଅନନ୍ତବିହାର ୱେଲଫେୟାର ସୋସାଇଟି ର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ , ଉପସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ଧଳ ସମ୍ପାଦକ ଶ୍ରୀଯୁକ୍ତ ଦିଗମ୍ବର ସାହୁ, ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ସତେନ୍ଦ୍ର ବିଶ୍ୱାଳ,ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ସର,ପତିତପାବନ ପଣ୍ଡା, ରାଜେନ୍ଦ୍ର ବରାଳ, ଆଶୁତୋଷ ଦାସ, ସୁରେନ୍ଦ୍ରନାଥ ପରମାଣିକ, ହର୍ଷବର୍ଧନ ସର ଓ ରବିନାରାୟଣ ରଥ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ରୀମତୀ ଶୋଭା ପରିଡା ଓ ବର୍ଷୀୟାନ ମଞ୍ଚ କଳାକାର ଶ୍ରୀଯୁକ୍ତ ବିନାୟକ ମିଶ୍ର ଯୋଗ ଦେଇ ଓଡିଶା ମାଟିର ଜୟଗାନ କରିବା ସହିତ ଓଡ଼ିଆ ନବ ବର୍ଷ ପାଳନ ପ୍ରତିଟି ଓଡ଼ିଆଙ୍କ ମନରେ ମାତୃଭୂମି ଓ ମାତୃଭାଷା ପ୍ରୀତି ଜାଗ୍ରତ ହେବ ବୋଲି ମତ ରଖିଥିଲେ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋସାଇଟି ର ସତୁରି ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ବରିଷ୍ଠ ନାଗରିକ ସମ୍ମାନ କରାଯାଇ ଉତ୍ତରୀୟ ଓ ଉପଢୌକନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରଙ୍ଗାରଙ୍ଗ ସନ୍ଧ୍ୟାରେ ସାଧନା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନଛୁଆଁ ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ଓଡ଼ିଶାର ଯୁବ ଗୀତିକାର ତଥା ମଞ୍ଚ ଉପସ୍ଥାପକ କୁମାର ଲିଟନ ପରିଚାଳନା କରିଥିଲେ ଓ ସ୍ଥାନୀୟ ବହୁତ କଳାପ୍ରେମୀ ଦର୍ଶକ ମାନେ ଏହାକୁ ଉପଭୋଗ କରିଥିଲେ । ଶେଷରେ ୱେଲଫେୟାର ସୋସାଇଟି ଦ୍ୱାରା ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସୁସ୍ୱାଦୁ ପଣା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଟିକୁ ସାଧନା ଆର୍ଟ ଆଣ୍ଡ କଲଚର ପରିବାରର କର୍ମକର୍ତ୍ତା ଶୁଭେନ୍ଦୁ ବିଶ୍ୱାଳ, ସରୋଜ ମିଶ୍ର, ସସ୍ମିତା ପଟ୍ଟନାୟକ , କାଦମ୍ବିନୀ ବିଶ୍ୱାଳ,ମନସ୍ବିନୀ ମିଶ୍ର, ତନୁଶ୍ରୀ ନାୟକ,ସୁଲୋଚନା ଜେନା,ସଙ୍ଗୀତା ଦାସ,ଲଷ୍ମୀପ୍ରିୟା ସେଠୀ ଓ ମୋନାଲିଶା ରଥ ପରିଚାଳନା କରିଥିବା ବେଳେ ସାଧନା ଆର୍ଟ ଆଣ୍ଡ କଲଚର ର ସମ୍ପାଦିକା ଶାଳିନୀ ବିଶ୍ୱାଳ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.