ଭୁବନେଶ୍ଵର, ୨୨/୬ : ରାଜ୍ୟରୋେ ସୋମବାର କରୋନା ନେଲା ଆଉ ଦୁଇ ମୁଣ୍ଡ । ମୟୂରଭଞ୍ଜର ଜଣେ ୬୦ ବର୍ଷ ବୟସ୍କ ଏବଂ ଗଞ୍ଜାମର ୪୬ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ମୟୂରଭଞ୍ଜର ସଂକ୍ରମିତ ଜଣକ କର୍କଟ ରୋଗରେ ପୀଡ଼ିତ ଥିଲାବେଳେ ଗଞ୍ଜାମର ମୃତକ ନିମୋନିଆରେ ଆକ୍ରାନ୍ତ ଥିଲେ। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଲା ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦେଇଛନ୍ତି ।