ଅଗଷ୍ଟ ୧୫ରେ ହୋଇପାରେ ବଡ଼ ଆକ୍ରମଣ : ପଞ୍ଜାବରେ ହାଇ ଆଲର୍ଟ

ନୂଆଦିଲ୍ଲୀ, ୦୮/୦୮ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।