କେରଳରେ ‘ରାଟ୍ ଫିଭର୍’ ଆତଙ୍କ : ୫୮ ମୃତ, ୧୩୫୨ ସଂକ୍ରମିତ

ନୂଆଦିଲ୍ଲୀ, ୦୮/୦୮ : କେରଳରେ ବର୍ଷା ଋତୁ ସହ ଲେପ୍ଟୋସ୍ପାଇରୋସିସ୍‌ ବା ‘ରାଟ୍ ଫିଭର୍’କୁ ନେଇ ଚିନ୍ତା ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୩୫୨ ଜଣ ଲେପ୍ଟୋସ୍ପାଇରୋସିସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଦିନରେ ଦୂଷିତ ପାଣି ଓ ମାଟି ସଂସ୍ପର୍ଶରେ ଆସିବାରୁ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ ।