ଆସାମରେ ବନ୍ୟାର କରାଳ ରୂପ : ୧୦୦ ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୦/୦୮ : ଆସାମରେ ବନ୍ୟାର କରାଳ ରୂପ, ୧୦୦ରୁ ଅଧିକ ମୃତ । ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ବର୍ଷା ନେଇ ପାଣିପାଗ ବିଭାଗର ସତର୍କକତା ଜାରି । ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଏବଂ ବର୍ଷାର ଭୟାବହତା ଜାରି ରହିଛି । ବିଶେଷକରି ଆସାମରେ ବନ୍ୟା ପରିସ୍ଥିତି ଅତି ମର୍ମନ୍ତୁଦ ହୋଇପଡ଼ିଥିବା ବେଳେ ଉତ୍ତର ପ୍ରଦେଶ, ବିହାର, କେରଳ, ଗୁଜରାଟ ଏବଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଗ ରହିଛି ଅତ୍ୟନ୍ତ ଖରାପ । ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା କୁହାଯାଉଛି ।