ଭୁବନେଶ୍ୱର, ୧୬/୦୨ : ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭୋର ୪ଟା ୩୦ରେ ଉଠିଲା ମହାଦୀପ । ବାବାମଣିଙ୍କ ମହାଦୀପ ଦେଖିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ହୁଳହୁଳି ଓ ଘଣ୍ଟ କୀର୍ତ୍ତନରେ କମ୍ପିଲା ପରିବେଶ । ଲକ୍ଷାଧିକ ଭକ୍ତ ଉଜାଗର ହୋଇ ଦୀପ ଜାଳିବା ସହ ବାବାଙ୍କ ସୁନାବେଶ ଦର୍ଶନ କରିଥିଲେ । ବାବାଙ୍କ ସୁନାବେଶ ଦେଖି ବିଭୋର ହୋଇଥିଲେ ଭକ୍ତ।