ମହାକାଳପଡ଼ା, ୨୧/୦୮ : (ଅରକ୍ଷିତ ନାଥ ) – ମହାକାଳପଡ଼ା ବ୍ଲକ ଯଦୁପୁର ପଂଚାୟତ ଖସାଡୀ ଗାଁ ର ସୁଶାନ୍ତ ରାଉତ ୩୩ବର୍ଷ ଓ ବଡ଼ ଭାଇ ଅକ୍ଷୟ ରାଉତ ୩୮ବର୍ଷ ଶୁକ୍ରବାର ଚାଷ ଜମିରେ କାମ କରୁଥିବା ବେଳେ ଘଟିଛି ଦୁର୍ଘଟଣା l ୪ଟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସିବା ସହିତ ଘନ ଘନ ବିଜୁଳି ମାରିଥିଲା l ଦୁଇ ଭାଇ ଓସ୍ତର ଜିତ ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ସୁଶାନ୍ତ ରାଉତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି l ପାଖରେ ଥିବା ବଡ଼ ଭାଇ ଅକ୍ଷୟ ମଧ୍ୟ ଗୁରୁତର ହୋଇପଡ଼ିଥିଲେ l ପାଖ ଚାଷୀ ଓ ଗାଁ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ବଡ଼ ଭାଇକୁ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ l ବଡ଼ ଭାଇ ଆଗରେ ସାନ ଭାଇ ର ମୃତ୍ୟୁ ଜନିତ ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖରଳିଯାଇଛି l