ଭୁବନେଶ୍ୱରରୁ ୨୬ ଲକ୍ଷର ଧଳାଜହର ଜବତ : ଜଣେ ଗିରଫ

ଭୁବନେଶ୍ୱର, ୦୬/୦୫ : ରାଜଧାନୀ ଭୁବନେଶ୍ୱରରୁ ଆଜି ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି। ୨୬୩ ଗ୍ରାମ୍‌ର ଧଳାଜହର ଜବତ ହୋଇଥିବା ବେଳେ ଏହି ମାମଲାରେ ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ୍‌ ଡିଆଇଜି ପିନାକ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ଧଳାଜହର କାରବାର ବେଳେ ଏସ୍‌ଟିଏଫ୍‌ ଟିମ୍‌ ଏୟାରଫିଲ୍ଡ ଥାନା ଅର୍ନ୍ତଗତ ଲବଣଗିରି ଓ ପାଞ୍ଚଗାଁ ରୋଡ୍‌ରେ ଏହି ଚଢାଉ କରିଛି।