ସ୍ତ୍ରୀକୁ ହତ୍ୟା କରି ସ୍କୁଟରରେ ନେବାବେଳେ ପୁଲିସ ହାତରେ ଧରାପଡ଼ିଛି ସ୍ଵାମୀ

ନୂଆଦିଲ୍ଲୀ, ୦୬/୦୫ : ମହାରାଷ୍ଟର ପୁଣେ ଜିଲା ନାନ୍ଦେଡ ସହରରୁ ଆସିଛି ଏହି ଘଟଣା ଅଭାବନୀୟ ଘଟଣା । ଆଜି ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀର ମୃତଦେହକୁ ନିଜ ସ୍କୁଟରରେ ନେବା ସମୟରେ ଧରାପଡ଼ିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଉଛି ରାକେଶ ନିଶାର। ସେ ଧୟାରୀ ଅଞ୍ଚଳରେ ରହୁଛି। କୌଣସି କାରଣରୁ ଘରେ ଝଗଡ଼ା ହେବାରୁ ତା’ର ସ୍ତ୍ରୀ ବବିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ମଙ୍ଗଳବାର ଭୋର ସମୟରେ ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିବା ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ନାନ୍ଦେଡ ସହର ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାକେଶଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ଏକ ଅଖା ଭିତରୁ ମୃତଦେହ ମିଳିଥିଲା। ପରେ ପୁଲିସ ରାକେଶକୁ ଗିରଫ କରି ତଦନ୍ତ ଚଳାଇଛି।