ନୂଆଦିଲ୍ଲୀ : ଯେଉଁମାନେ ସବୁବେଳେ କାର୍ଜ୍ୟରେ ବେସ୍ତ ରହିଲେ ମଧ୍ୟ ଖୁସି ରୁହନ୍ତି, ସେମାନେ ପ୍ରତ୍ୟେକ ସମସ୍ୟାକୁ ସହଜରେ ପାର କରନ୍ତି। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, କିନ୍ତୁ ସତ । ଖୁସି ଏପରି ଏକ ଜିନିଷ, ଯାହା ବ୍ୟକ୍ତିର ଜୀବନକୁ ସ୍ୱର୍ଗରେ ପରିଣତ କରିପାରେ। ଖୁସି ରହିବାକୁ ସମସ୍ତେ ଚେଷ୍ଟା କରନ୍ତି। ଖୁସି ହେବା ଦ୍ୱାରା ଆପଣ କେବଳ ଭଲ ଅନୁଭବ କରନ୍ତି ନାହିଁ, ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଅନେକ ଲାଭ ପାଇଥାଏ। ଖୁସି ରହି ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ବଞ୍ଚି ପାରିବେ।
ଖୁସି ରହିବା ଦ୍ୱାରା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ ମିଳିଥାଏ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଖୁସିରେ ରହୁଥିବା ଲୋକମାନେ ଫଳ ଏବଂ ପନିପରିବାରେ ଭରପୂର ସୁସ୍ଥ ଖାଦ୍ୟ ଖାଆନ୍ତି। ଏହା ସହିତ, ସେମାନେ ଶାରୀରିକ କାର୍ଯ୍ୟକଳାପରେ ମଧ୍ୟ ସାମିଲ ହୁଅନ୍ତି। ଏହା କେବଳ ଶାରୀରିକ ନୁହେଁ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଖୁସି ରହି ଆପଣ ଚାପ ଏବଂ ଚିନ୍ତାକୁ ହ୍ରାସ କରିପାରିବେ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି କରିପାରିବେ। ଏଥି ସହିତ ଖୁସିରେ ରହୁଥିବା ଲୋକମାନେ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତି।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ଗୁରୁତ୍ୱପୂର୍ଣ୍ଣ। ଅନୁସନ୍ଧାନରୁ ଜଣାପଡିଛି ଯେ ଖୁସି ରହିବା ଦ୍ୱାରା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ମଜବୁତ ରହିଥାଏ। ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ତେବେ ଆଜିଠାରୁ ଖୁସି ରହିବାକୁ ଚେଷ୍ଟା କରନ୍ତୁ। କେବଳ ଏତିକି ନୁହେଁ, ଖୁସି ରହିବା ଦ୍ୱାରା ଥଣ୍ଡା ଏବଂ ଛାତି ସଂକ୍ରମଣର ଆଶଙ୍କା କମିବାରେ ସହାୟକ ହୋଇଥାଏ।
