ଘର ସଫାଠାରୁ ବଗିଚା ସୁରକ୍ଷା, ବେଶ୍‌ ଉପଯୋଗୀ କମଳା ଚୋପା

0

କମଳା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇନଥାଏ, ଏହାର ଚୋପା ମଧ୍ୟ ଘରସଫାଠାରୁ ବଗିଚା ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ କାମରେ ଲାଗିପାରେ। ଗଛକୁ ପୋକଦାଉରୁ ରକ୍ଷା କରିବା ଲାଗି କମଳା ଚୋପା ଖୁବ୍‌ ଉପକାରୀ। ଏଥିପାଇଁ ଏକ ଗ୍ଲାସ ପାଣିରେ କମଳା ଚୋପା ଫୁଟାଇ ସେଥିରେ କେଇଟୋପା ଲେମ୍ବୁରସ ପକାଇବେ। ପାଣିର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଫୁଟାଇବାକୁ ହେବ। ଏହାପରେ ପାଣିକୁ ଥଣ୍ଡା କରି ଏକ ବୋତଲରେ ଭର୍ତ୍ତି କରିଦେବେ। ଏହାକୁ ଗଛ ଉପରେ ସିଞ୍ଚନ କଲେ କମଳା ସୁଗନ୍ଧରେ ପୋକ ପଳାଇବେ।
ଷ୍ଟିଲ୍‌ ବାସନ ଓ ପାଣି କଳରୁ ହଳଦିଆ ତଥା ପାଣି ଦାଗ ସଫା କରିବାରେ ବି କମଳା ଚୋପା ଭଲ କାମ ଦିଏ। ଏଥିପାଇଁ କମଳା ଚୋପାକୁ ପାଣିରେ ଭଲକରି ଫୁଟାଇ ସେଥିରେ କିଛି ବାସନମଜା ତରଳ ସାବୁନ ପକାଇ ଦିଅନ୍ତୁ। ଏହି ମିଶ୍ରଣରେ ଷ୍ଟିଲ୍‌ ବାସନ ଓ ନଳରେ ଲଗାଇ ଭଲଭାବେ ବ୍ରସ୍‌ରେ ଘଷି ଧୋଇଦେଲେ ଏହା ନୂଆ ପରି ଚମକି ଉଠିବ ।

SBI AD
Leave A Reply

Your email address will not be published.