ଏବେ ସବୁଠି ଚର୍ଚ୍ଚା ପଶ୍ଚିମବଙ୍ଗର ବିଜେପି ବିଧାୟିକା ଚନ୍ଦନା ବାଉରୀ

ପଶ୍ଚିମବଙ୍ଗ ୩/୫ : ପଶ୍ଚିମବଙ୍ଗରେ ବିଜେପିର ପରାଜୟ ହୋଇଛି, କିନ୍ତୁ ଦଳର ଜଣେ ମହିଳା ପ୍ରାର୍ଥୀଙ୍କ ବିଜୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ସାଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିବା ଚନ୍ଦନା ବାଉରୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି । ତାଙ୍କର ବିଜୟ ଠାରୁ ତାଙ୍କର ଜୀବନ ଶୈଳୀ ଓ ଆର୍ଥିକ ସ୍ଥିତି ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ଜଣେ ବିଜେପି ନେତା ଟୁଇଟ କରି କହିଛନ୍ତି ଯେ, ଚନ୍ଦନା ବାଉରୀଙ୍କ ସଂପତ୍ତି ୩୧ ହଜାର ୯୮୫ ଟଙ୍କା । ସେ ଚାଳ ଛପର ଘରେ ରୁହନ୍ତି । ସେ ଜଣେ ଗରିବ ଶ୍ରମିକଙ୍କର ପତ୍ନୀ । ଚନ୍ଦନାଙ୍କ ପରିବାର ଏସଟି ଶ୍ରେଣୀରେ ଆସନ୍ତି । ତାଙ୍କ ପାଖରେ ୩ଟି ଛେଳି ଓ ୩ଟି ଗାଈ ଅଛନ୍ତି ।

ଚନ୍ଦନା ନିଜର ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିର୍ବାଚନ ଆୟୋଗଙ୍କୁ ଯେଉଁ ଶପଥପତ୍ର ଦେଇଥିଲେ, ଏଥିରେ ସେ ନିଜେ ବ୍ୟାଙ୍କ ଆକାଉଣ୍ଟରେ କେବଳ ୬୩୩୫ ଟଙ୍କା ଥିବା କଥା କହିଥିଲେ । ଏଥି ସହିତ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟରେ ୧୫୬୧ ଟଙ୍କା ଥିଲା । ଶପଥପତ୍ରରେ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କର ସର୍ବମୋଟ ସଂପତ୍ତି ୩୧ ହଜାର ୯୮୫ ଟଙ୍କା ।

Comments are closed.