ୟୁନିଟ ୧ ସ୍ଥିତ ବିଡିଏ ଜ୍ଞାନ ପଟ୍ଟନାୟକ ପାର୍କ ସମ୍ମୁଖରେ କୁଢ଼କୁଢ଼ ଆବର୍ଜନା

ଭୁବନେଶ୍ୱର, ୦୪/୦୭ (ପ୍ରଦୀପ୍ତ କୁମାର ଦାସ) : ୟୁନିଟ ୧ ସ୍ଥିତ ରାଜଧାନୀ ହାଟ ନିକଟରେ ଥିବା ବିଡିଏ ଜ୍ଞାନ ପଟ୍ଟନାୟକ ପାର୍କର ପ୍ରବେଶଦ୍ୱାର ଦୁଇପାର୍ଶ୍ୱରେ ଦୈନିକ କୁଢ଼ କୁଢ଼ ଆବର୍ଜନା ଗଦା ହେଉଛି । ଫଳରେ ସମ୍ପୃକ୍ତ ଅଂଚଳରେ ପରିମଳ ସମସ୍ୟା ଉପୁଜିବା ସହ ପାର୍କ ଓ ଆଖପାଖରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତେବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଜନସାଧାରଣଙ୍କ ପକ୍ଷରୁ ବିଏମସି ଓ ବିଡିଏ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ।