ଭୁବନେଶ୍ୱର, ୨୬/୦୮ : ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ରୁଟ୍ । ଆସନ୍ତା ୨୭ ଅଗଷ୍ଟ ୨୦୨୬ ରକ୍ଷା ବନ୍ଧନ ଦିନରେ ରାଜ୍ୟର ୭ଟି ସହରରେ ମହିଳାମାନେ ଆମ ବସ୍ରେ ଦେୟମୁକ୍ତ ଯାତ୍ରା କରିପାରିବେ । ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ଉପଲବ୍ଧ ହେବ ।