ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ସହାୟତା ୭ ଲକ୍ଷକୁ ବୃଦ୍ଧି

ଚଳିତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ତେବେ ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିଲା, ସଚିବାଳୟଠାରେ ଆୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ମାଲକାନଗିରି ଜିଲା କାଲିମେଳା ବ୍ଲକର ମମତା ପଡ଼ିଆମୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ଲାଗି ଏହି ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଯୁକ୍ତିକୁ ଶୁଣିବା ପରେ ମହିଳାମାନଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

SBI_Festive_Digital Billboard