ଭୁବନେଶ୍ଵର,୮ /୧୦ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି। କୋଭିଡର ସମସ୍ଥ ନିୟମ ମାନି ରଥଯାତ୍ରା କରାଇବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ରେ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।