ଅକ୍ଟୋବର ୧୧ରେ ଓୟୁଏଟି ସ୍ନାତକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର,୮ /୧୦: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ନାତକ ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାର ଅନୁଷ୍ଠିତ ହେବ। ଚଳିତ ବର୍ଷ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ କୁଳପତି ପ୍ରଫେସର ପୱନ ଅଗ୍ରୱାଲ ନିର୍ଦେଶ ଦେଇଛନ୍ତି।

୨୦୨୦-୨୧ ଶିକ୍ଷା ବର୍ଷରେ କୃଷି,ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ପାଇଁ ୯ ଟି ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମୋଟ ୩୩ ହଜାର ୩୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଗତବର୍ଷ ସ୍ନାତକ ପାଠ୍ୟକ୍ରମରେ ପ୍ରାୟ ୩୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚଳିତ ବର୍ଷ କରୋନା ଯୋଗୁଁ ବିଦ୍ୟାର୍ଥୀଙ୍କ ଆବେଦନ ସଂଖ୍ୟା କମିଛି।

ଚଳିତ ବର୍ଷ ରାଜ୍ୟ‌େ‌ର ୨୪ଟି ସ୍ଥାନର ମୋଟ ୮୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆସନ୍ତା ରବିବାର ପୂର୍ବାହ୍ନ୧୧ଟାରୁ୧ଟା ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଯେଉଁ ଛାତ୍ରଛାତ୍ରୀ କୌଣସି କାରଣ ଯୋଗୁଁ ଫର୍ମ ବି ପୂରଣ କରି ନଥିବେ ସେମାନେ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁନର୍ବାର ସୁଯୋଗ ଦିଆଯାଇଛି। ଆସନ୍ତା କାଲିଠାରୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଲଗ୍‌ଇନ୍‌ କରି ବିଦ୍ୟାର୍ଥୀ ଫର୍ମ ବି ପୂରଣ କରିପାରିବେ।