ବିଜେଡିର ଛାମୁଆ ସଂଗଠନ ଆବାହକ ନିଯୁକ୍ତ

0

ଭୁବନେଶ୍ବର,୦୫/୦୫ : ବିଜେଡି ସଭାପତି ନବୀନ ପଟ୍ଟନାୟକ ସାଙ୍ଗଠନିକ ଟିମ୍ ଗଠନ କରିଛନ୍ତି। ବିଭିନ୍ନ ପଦପଦବୀରେ ରହିଥିବା ବିଜେଡି ନେତାଙ୍କ ତାଲିକା ପ୍ରକାଶ ପାଇଛି। ବିଶେଷ କରି ଏଥିରେ ବରିଷ୍ଠକୁ ଦାୟିତ୍ବ ଦିଆଯାଇଛି। ସାଙ୍ଗଠନିକ ଟିମ୍‌ରେ ୭ ଜଣ ବରିଷ୍ଠ ଉପ ସଭାପତି ରହିଛନ୍ତି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ବରିଷ୍ଠ ଉପସଭାପତି ଭାବେ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି। ସେହିପରି ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି। ସାଙ୍ଗଠନିକ ଟିମ୍‌ରେ ୮ ଜଣ ଉପସଭାପତି ରହିଛନ୍ତି । ପ୍ରତାପ ଜେନାଙ୍କୁ ଉପସଭାପତି ଭାବେ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ଅତୁନ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଡୋଲକିଆ,ସଞ୍ଜୟ କୁମାର ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ, ସାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଦାୟିତ୍ବ ମିଳିଛି। ସୁବାସ ସିଂ ଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। । ୨୦ ଜଣ ବରିଷ୍ଠ ସାଧାରଣ ସଂପାଦକ ରହିଛନ୍ତି । ୩୫ ଜଣ ସାଧାରଣ ସଂପାଦକ ରହିଛନ୍ତି ।

Leave A Reply

Your email address will not be published.