ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପୁରୀରେ ହେବ ପାଳନ

ଭୁବନେଶ୍ବର : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୬ ତାରିଖରେ ପୁରୀରେ ପାଳନ ହେବ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୨୬ ତାରିଖ ଦିନ ପୁରୀରେ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳର ପାଳନ ହେବ ବୋଲି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦଳର ରାଜ୍ୟ, ଜିଲ୍ଲା, ବ୍ଲକ ଓ ସହରାଞ୍ଚଳର କର୍ମକର୍ତ୍ତାମାନେ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ। ପୂର୍ବାହ୍ନରେ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିବେ। ଆଗାମୀ ୧୫ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହି ସମାରୋହ ପାଳନ କରାଯିବ।

SBI AD