ହକି ବିଶ୍ବକପ୍‌ : ଆଜିଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌, କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ କାଉଣ୍ଟର ବ୍ୟବସ୍ଥା

0

ଭୁବନେଶ୍ବର : ଓଡ଼ିଶାରେ FIH ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆଜିଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟ ଏବଂ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ।

କଳିଙ୍ଗ ଷ୍ଟାଡିୟମ୍‌ରେ west ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିଭଳି East ଷ୍ଟାଣ୍ଡ ପାଇଁ ୪୦୦ ଓ North ଏବଂ South ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ West ଷ୍ଟାଣ୍ଡ ପାଇଁ ୫୦୦, East ଷ୍ଟାଣ୍ଡ ପାଇଁ ୨୦୦ ଆଉ North ଏବଂ South ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରି ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ବକପରେ ୧୬ଟି ଟିମ୍‌ ଯୋଗଦେବେ। ମୋଟ ୪୪ଟି ମ୍ୟାଚ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡାରେ ୨୦ ହଜାର ଓ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ। ସେହିପରି ଭୁବନେଶ୍ବରରେ ଅବଶିଷ୍ଟାଂଶ ୨୪ଟି ମ୍ୟାଚର ଆୟୋଜନ ହେବ।

SBI AD
Leave A Reply

Your email address will not be published.