ନୂଆଦିଲ୍ଲୀ, ୦୩/୦୩ : ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିହାରର ଦୁଇଟି ଆସନ ପାଇଁ ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର ମାରିଛି।
ନିତିନ ନବୀନ ବିଜେପିର ଜଣେ ପ୍ରଭାବଶାଳୀ ନେତା। ସେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଦଳୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଉଚ୍ଚ ସଦନକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ସେହିପରି ଶିବେଶ କୁମାରଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରି ବିହାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନିଜର ପୁରୁଖା ଏବଂ ବିଶ୍ୱସ୍ତ ନେତାମାନଙ୍କୁ ରାଜ୍ୟସଭା ପାଇଁ ଚୟନ କରିଛି। ବିହାର ସମେତ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ବିଜେପି ଆଜି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାରୁ ମଧ୍ୟ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବିହାରର ଏହି ଦୁଇ ନେତାଙ୍କ ନାମକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।