ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା : ବମ୍ବେ ହାଇକୋର୍ଟରୁ ସଲ୍‌ମାନ ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି

0

ମୁମ୍ବାଇ ୩୧/୦୩ : ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକାଇବା ଅଭିଯୋଗରେ ହୋଇଥିବା ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଅନ୍ଧେରୀ ମାଜିଷ୍ଟ୍ରେଟ୍‌ କୋର୍ଟ ଏହି ମାମଲାରେ ୨୦୧୯ରେ ସଲ୍‌ମାନଙ୍କୁ ସମନ୍‌ ପଠାଇଥିଲେ । ସଲ୍‌ମାନ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୪ ବର୍ଷ ପରେ ଏହାର ରାୟ ଆସିଛି।

ବିଚାରପତି ଭାରତୀ ଡାଙ୍ଗରେଙ୍କ ଏକକ ଖଣ୍ଡପୀଠ ସଲ୍‌ମାନ ଓ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କ ଆବେଦନକୁ ସ୍ୱୀକାର କରି ପୂରା ମାମଲାକୁ ଖାରଜ କରିଦେଇଛନ୍ତି। ୨୦୧୯ ଏପ୍ରିଲ ୨୪ରେ ସଲ୍‌ମାନ ସାଇକେଲ୍‌ରେ ଯାଉଥିବା ବେଳେ ଅଶୋକ ପାଣ୍ଡେ ନାମକ ଜଣେ ସାମ୍ବାଦିକ ତାଙ୍କର ଭିଡିଓ ସୁଟ୍‌ ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କଠାରୁ ଫୋନ୍‌ ଛଡ଼ାଇ ନିଆଯିବା ସହ ଦୁର୍ବ୍ୟବହାର ଆଉ ମାରପିଟ୍‌ କରାଯାଇଥିବା ପାଣ୍ଡେ ଅଭିଯୋଗ କରିଥିଲେ।

ସାମ୍ବାଦିକ ଅଶୋକ ପାଣ୍ଡେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସଲମାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଆଇପିସି ଧାରା ୩୨୩, ୩୯୨ ଏବଂ ୫୦୬ ଅଧୀନରେ ଅଭିନେତାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ବମ୍ବେ ହାଇକୋର୍ଟ ଅଭିନେତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖାରଜ କରି ତାଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି।

SBI AD
Leave A Reply

Your email address will not be published.