ତେଲେଙ୍ଗାନା : ୩ଟି ବୁଲା କୁକୁର ଜଣେ ୫ ବର୍ଷର ପିଲାକୁ ଘେରି ଯାଇ ବାରମ୍ବାର କାମୁଡ଼ିବାରୁ ତା’ର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ନିଜାମାବାଦରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ମଧ୍ୟ ହୋଇଛି। ପିଲାଟିର ବାପା ଯେଉଁ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ, ସେହି କ୍ୟାମ୍ପସ ଭିତରେ ହିଁ ବୁଲା କୁକୁରମାନେ ଏପରି କାଣ୍ଡ ଘଟାଇଛନ୍ତି।
ପ୍ରାଣ ହରାଇଥିବା ପିଲାର ନାଁ ପ୍ରଦୀପ। ବାପାଙ୍କ ସହ ସେ ଉକ୍ତ କ୍ୟାମ୍ପସକୁ ଆସିଥିଲା। ପାର୍କିଂ ଲଟ୍ରେ ପ୍ରଦୀପ ଏକାକୀ ଚାଲିଚାଲି ଯାଉଥିବା ବେଳେ ପଛ ପଟୁ ୩ଟି ବୁଲା କୁକୁର ତା ପାଖକୁ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ପ୍ରଦୀପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଗୋଟିଏ କୁକୁର ତା’ ପିଛା କରି କାମୁଡ଼ି ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ି ଯିବା ପରେ ୩ଟି ଯାକ କୁକୁର ପିଲାଟିକୁ ବାରମ୍ବାର କାମୁଡ଼ିବାରେ ଲାଗିଥିଲେ। ତା’ କପଡ଼ା ଭିଡ଼ି ବାହାର କରି ଦେଇଥିଲେ।
ଯେତେଥର ପ୍ରଦୀପ ତଳୁ ଉଠୁଥିଲା,ସେତେଥର କୁକୁରମାନେ ତାକୁ କାମୁଡ଼ି ପୁଣି ତଳେ ପକାଇ ଦେଉଥିଲେ। ଶେଷରେ ୩ଟି ଯାକ କୁକୁର ଏକାସାଙ୍ଗରେ ତା’ ଉପରେ ଚଢ଼ି ବାରମ୍ବାର କାମୁଡ଼ି ପୂରା ଶରୀରକୁ ଖିନଭିନ କରି ଦେଇଥିଲେ। ଏଥିସହ ପାର୍କିଂ ଅଞ୍ଚଳର ଗୋଟିଏ କୋଣକୁ ପ୍ରଦୀପକୁ ଭିଡ଼ି ଭିଡ଼ି ନେଇଯାଇଥିଲେ। ସିସିଟିଭି ଦୃଶ୍ୟରୁ ଜଣାପଡ଼ୁଛି ଯେ ପ୍ରଦୀପ କୁକୁରମାନଙ୍କ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ସାରିଥିଲା। ଏହି ହୃଦୟ ବିଦାରକ ଦୃଶ୍ୟର ଭିଡିଓକୁ ଅନେକ ଲୋକ ସୋଶାଲ ମିଡିଆରେ ଶେୟାର କରିବା ସହ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Heart wrenching visuals from amberpet where stray Dogs seen attacking 4 years old kid in broad daylight.
Is human life cheaper than stray dogs?
Sterilisation campaign is an utter failure unable to control strays. Ngo's like SPCA & PFA must held accountable for every life lost. pic.twitter.com/iQHfpdB9iG— Koppula Narsimha Reddy (@KoppulaBJP) February 21, 2023
