ବାଲିଚନ୍ଦ୍ରପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ବସ୍। ଏଭଳି ଏକ ଘଟଣା ଆଜି ଦିନ ୧୨ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଘଟିଛି। ବସଟି କଟକରୁ ବାରିପଦା ଅଭିମୁଖେ ଯାଉଥିଲା।
ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବଡ଼ଚଣା ଥାନା ପୁଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି ବସ ଭିତରୁ ଆହତ ଯାତ୍ରୀମାନଙ୍କୁ ବାହାର କରି ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।