ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ : ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ସିବିଆଇ । ଏପ୍ରିଲ ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ସିବିଆଇରେ ହାଜର ହେବାକୁ ସମନ ଆସିଛି । ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଛି ସିବିଆଇ। କେଜ୍ରିୱାଲ ସିବିଆଇ ମୁଖ୍ୟାଳୟକୁ ଯିବେ ଓ ତଦନ୍ତରେ ସାମିଲ ହେବେ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ଏବେ ଜେଲ୍‌ରେ ଅଛନ୍ତି ସିସୋଦିଆ।

SBI AD