ଏଥର ଫେବ୍ରୁଆରୀ ୧୪ରେ ପାଳନ ହେବ ‘କାଓ ହଗ୍‌ ଡେ’

0

ନୂଆଦିଲ୍ଲୀ,୮/୨: ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ । ହେଲେ ଏଥର ଫେବ୍ରୁଆରୀ ୧୪କୁ କାଓ ହଗ୍‌ ଡେ(Cow Hug Day) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। ଭାରତ ପଶୁ କଲ୍ୟାଣ ବୋର୍ଡ(AWBI) ପକ୍ଷରୁ ଏହି ଅନୁରୋଧ କରାଯାଇଛି। ଗାଈକୁ କୋଳେଇ ନେବାକୁ ଅନୁରୋଧ କରିଛି AWBI ।

ଭାରତ ସରକାରଙ୍କର ମତ୍ସ୍ୟ,ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ପଶୁ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି “ଆମେ ସମସ୍ତେ ଜାଣନ୍ତି ଯେ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁହାଡ଼। ଆମ ଜୀବନର ସ୍ଥାୟିତ୍ୱକୁ ବଜାଇ ରଖିଥାଏ। ପଶୁଧନ ଜୈବ ବିବିଧନତାର ପ୍ରତିନିଧିତ୍ୱ କରିଥାଏ। ମାନବ ସମାଜକୁ ସବୁକିଛି ଦେଉଥିବା ମା ଭଳି ପୋଷୁଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯାଏ।”

ଏହି ଅନୁରୋଧରେ ଆହୁରି କୁହାଯାଇଛି ଯେ “ ଆମ ସମୟରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ବିଲୁପ୍ତ ପ୍ରାୟ ହୋଇଗଲାଣି। ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛି। ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଗାଈକୁ ଗୋଳେଇ ନେବାର ଇଚ୍ଛା ଦେଶରେ ସମୃଦ୍ଧି ଆଣିଦେବ। ଏଥିରେ ବ୍ୟକ୍ତିଗତ ସାମୁହିକ ଓ ଖୁଶୀ ବଢ଼ିବ। ଏଥିପାଇଁ ଗୌମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବ୍ରୁଆରୀ ୧୪ କାଓ ହଗ୍‌ ଡେ ଭାବରେ ପାଳନ କରିପାରିବେ। ଜୀବନକୁ ଖୁସୀ ରଖିପାରିବା ସହ ଜୀବନର ଶୂନ୍ୟତାକୁ ଦୂର କରିପାରିବେ।”

 

SBI AD
Leave A Reply

Your email address will not be published.