ସେଣ୍ଟ୍ରାଲ ବ୍ୟାଙ୍କର ଋଣ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ରିଟେଲ୍‌ କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍‌ ଭି ମୂରଲୀ କ୍ରିଷ୍ଣା, ଉତ୍କଳ ବିଲ୍‌ଡର୍ସର ନିର୍ଦ୍ଦେଶକ ଅମିତ ବୈଦ, ଜ୍ୟୋତି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାଜେଶ କୁମାର ସିଂହ ଓ ମୁଖ୍ୟ ପ୍ରବନ୍ଧକ ପ୍ରିୟମ୍ବଦା ନାୟକ ଯୋଗ ଦେଇଥିଲେ। ଶ୍ରୀ କ୍ରିଷ୍ଣା ବ୍ୟାଙ୍କର ସେଣ୍ଟ ସୁନା ଋଣ, ସେଣ୍ଟ ଗୃହ ଋଣ, ସେଣ୍ଟ ଗୃହଲକ୍ଷ୍ମୀ ହୋମ୍‌ ଲୋନ୍‌ରେ ଦିଆଯାଇଥିବା ପ୍ରତିଯୋଗିତାମୂଳକ ସୁଧ ଓ ଜିରୋ ପ୍ରୋସେସିଂ ଚାର୍ଜ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ଶାଖାର ହିତାଧିକାରୀଙ୍କୁ ୫୦ କୋଟିର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଗ୍ରାହକ ଭାଗ ନେଇଥିଲେ।