ଚାଣକ୍ୟ ନୀତି : ଏପରି ନକରିବା ଦ୍ୱାରା ଧନ ହୋଇଥାଏ ନଷ୍ଟ, ବ୍ୟକ୍ତି ହୋଇଯାଏ ଗରିବ !

ବ୍ୟକ୍ତି ସବୁ ସମୟରେ ଧନ ଅର୍ଜନ ପାଇଁ ଅଧିକ ଚିନ୍ତିତ ରହିଥାଏ | ଆଚାର୍ଯ୍ୟ ଚାଣକ୍ୟ ଧନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଦେଇଛନ୍ତି। ଅମାପ ଧନ ଅର୍ଜନ କଲାପରେ ମଧ୍ୟ ଜଣେ ବ୍ୟକ୍ତି କିପରି ଗରିବ ହୋଇଯାଏ ସେ ତାଙ୍କ ନୀତିବାଣୀ ମାଧ୍ୟମରେ କହିଛନ୍ତି | ଆସନ୍ତୁ ଜାଣିବା ତାଙ୍କର ଏକ ନୀତି ବିଷୟରେ …

ଏକ ନିତୀବାଣୀରେ ଚାଣକ୍ୟ କହିଛନ୍ତି ଯେ ଅର୍ଜନ ହୋଇଥିବା ଟଙ୍କା ଖର୍ଚ୍ଚ କରିବା ହେଉଛି ଧନର ସୁରକ୍ଷା, ଯେପରି ନଦୀର ଜଳ ପ୍ରବାହିତ ହେବା ଦ୍ୱାରା ପରିଷ୍କାର ରହିଥାଏ। ନଦୀର ଶୁଦ୍ଧତା ଏବଂ ପବିତ୍ରତା ରହିଥାଏ | ଯଦି ପାଣି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଯାଏ, ତେବେ ଏହା ପଚିଯାଏ ଏବଂ କୌଣସି ବ୍ୟବହାର ଯୋଗ୍ୟ ହୋଇନଥାଏ | ସେହିଭଳି ଅର୍ଥର ପ୍ରବାହ ମଧ୍ୟ ବଜାୟ ରଖିବା ଉଚିତ୍ |

ଚାଣକ୍ୟଙ୍କ ଅନୁଯାୟୀ, ଧନର ତିନୋଟି ଗତି ଅଛି| ଉପଯୋଗ କରିବା, ଦାନ ଦେବା ଏବଂ ନଷ୍ଟ ହେବା | ଜଣେ ବ୍ୟକ୍ତି ଯିଏ ଦାନ କରେ ନାହିଁ କିମ୍ବା ଧନକୁ ଉପଯୋଗ କରେନାହିଁ ତାର ଧନ ନଷ୍ଟ ହୋଇଯାଏ | ଅର୍ଥାତ୍ ଧନର ସୁରକ୍ଷା ପାଇଁ ତାହାର ଉପଯୋଗ ଆବଶ୍ୟକ |

ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଧନ-ଧାନ୍ୟ-ଅନ୍ନର କିଣା ବିକାରେ, ବିଦ୍ୟା ଅର୍ଜିତ କରିବାରେ, ଆହାର ଏବଂ ବ୍ୟବହାରରେ ଲଜ୍ଜ୍ୟା କରନ୍ତି ନାହିଁ, ସେ ସର୍ବଦା ଖୁସିରେ ରହିଥାନ୍ତି | ଅର୍ଥାତ ଏହି ସବୁ କାର୍ଯ୍ୟରେ ମଣିଷକୁ ଲଜ୍ଜ୍ୟା କରିବା ଉଚିତ୍ ନୁହେଁ |