ନୂଆଦିଲ୍ଲୀ, ୧୪/୦୮ : ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବରେଟୋରି-ନିଶ୍ଚିତ ସଂକ୍ରମଣ ରେକର୍ଡ କରାଯାଇଛି । ୪୧ଜଣ ନିଶ୍ଚିତ ରୋଗୀଙ୍କ ମଧ୍ୟରୁ ୨୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁହାର ପ୍ରାୟ ୬୫ ଦଶମିକ ୯ ପ୍ରତିଶତ ରହିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୩୮ଟି ସନ୍ଦିଗ୍ଧ ମାମଲାରୁ ପରୀକ୍ଷା ରିପୋର୍ଟ ମିଳିସାରିଛି ଏବଂ ଅବଶିଷ୍ଟ ୬ଟି ନମୁନାର ରିପୋର୍ଟ ଆସିବାକୁ ବାକି ଅଛି ।