ନର୍ମଦା ନଦୀରେ ଅନନ୍ୟ ଦୃଶ୍ୟ, ୧୫୧ ଡଙ୍ଗାରେ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ, ୧୪/୦୮ : ନର୍ମଦା ନଦୀରେ ତ୍ରିରଙ୍ଗା ଯାତ୍ରା, ୧୫୧ ଡଙ୍ଗା ଓ ୧୦୦ରୁ ଅଧିକ ସନ୍ତରଣକାରୀଙ୍କ ଦେଶପ୍ରେମର ଅନନ୍ୟ ପ୍ରଦର୍ଶନ । ସ୍ୱାଧୀନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ନର୍ମଦା ନଦୀରେ ଦେଖିବାକୁ ମିଳିଛି ଦେଶପ୍ରେମର ଅନନ୍ୟ ଦୃଶ୍ୟ । ଜବଲପୁର ଓ ଓମକାରେଶ୍ୱରରେ ଆୟୋଜିତ ହୋଇଛି ଭବ୍ୟ ତ୍ରିରଙ୍ଗା ଯାତ୍ରା । ଓମକାରେଶ୍ୱରରେ ବ୍ରହ୍ମପୁରୀ ଘାଟରୁ ନଗର ଘାଟ ପର୍ଯ୍ୟନ୍ତ ୧୫୧ଟି ସଜ୍ଜିତ ଡଙ୍ଗାକୁ ନେଇ ତ୍ରିରଙ୍ଗା ଡଙ୍ଗା ଯାତ୍ରା ଆୟୋଜନ କରାଯାଇଛି । ଡଙ୍ଗାଗୁଡ଼ିକରେ ତ୍ରିରଙ୍ଗା ପତାକା ଲଗାଯାଇଥିବା ବେଳେ ନଦୀରେ ସୃଷ୍ଟି ହୋଇଥିଲା ଦେଶପ୍ରେମର ମନୋରମ ପରିବେଶ ।