ଆସନ୍ତାକାଲି ଉଚ୍ଚ ରାଶିରେ ଗୋଚର କରିବେ ଚନ୍ଦ୍ରମା, ଏହି ରାଶି ଲୋକଙ୍କର ବଦଳିବ ଭାଗ୍ୟ

ଚନ୍ଦ୍ର ଗ୍ରହ ମାର୍ଚ୍ଚ ୨୩ ତାରିଖ ସକାଳେ ମେଷ ରାଶିରେ ବାହାରି ବୃଷ ରାଶିରେ ଗୋଚର କରିବେ । ଚନ୍ଦ୍ରମା ୨୩ ମାର୍ଚ୍ଚ ସକାଳ ୪ ଟା ୧୪ ମିନିଟ୍ ସମୟରେ ଗୋଚର କରିବେ । ଉଚ୍ଚ ରାଶିରେ ଚନ୍ଦ୍ରମାଙ୍କ ଉପସ୍ଥିତି କିଛି ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହି ରାଶିଗୁଡିକ ଆର୍ଥିକ ଲାଭ ଏବଂ କ୍ୟାରିଅର ଉନ୍ନତି ପାଇଁ ସୁଯୋଗ ପାଇବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଏହି ଚନ୍ଦ୍ରମାଙ୍କ ଏହି ଗୋଚର କେଉଁ ରାଶି ପାଇଁ ଲାଭବାନ ହେବ ସେ ସମ୍ପର୍କରେ ଜାଣିବା ।

ମେଷ : ଚନ୍ଦ୍ର ମେଷ ରାଶିର ଦ୍ବିତୀୟ ଘରେ ପ୍ରବେଶ କରିବେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଧନର ଘର ବୋଲି ବିବେଚନା କରାଯାଏ । ଏହି ଘରେ ଚନ୍ଦ୍ରମାଙ୍କ ଉପସ୍ଥିତି ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସଫଳତା ଆଣିପାରେ । ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଚାକିରି ମିଳିପାରେ । ନୂଆ ସୁଯୋଗ ମିଳିପାରେ ।

ବୃଷ : ଚନ୍ଦ୍ରମାଙ୍କ ଏହି ଗୋଚର ଆପଣଙ୍କ ଲଗ୍ନର ପ୍ରଥମ ଘରେ ଘଟିବ । ଯାହା ଆପଣଙ୍କ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆପଣଙ୍କ କ୍ୟାରିଅରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ଆପଣଙ୍କୁ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଏବେ ଆର୍ଥିକ ସ୍ଥିତି ମଜବୁତ ରହିବ । ଏଥିସହ ଏହି ସମୟରେ ଜୀବନସାଥୀଙ୍କ ସହ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳିବ ।

କର୍କଟ : କର୍କଟ ରାଶିରେ ଚନ୍ଦ୍ରମା ଗୋଚର କରିବା ଦ୍ବାରା ଏହା ଆପଣଙ୍କ ଏକାଦଶ ଘରେ ପ୍ରବେଶ କରିବ । ଯାହାଦ୍ବାରା ଆପଣମାନେ ଲାଭବାନ ହେବେ । ଏହି ସମୟରେ ଆପଣ ଏକ ବଡ଼ ଚୁକ୍ତି ହାସଲ କରିପାରନ୍ତି । ଯାହା ଫଳରେ ଆପଣଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରେ । ଏଥିସହିତ ଏହି ସମୟରେ ପୂର୍ବ କଠିନ ପରିଶ୍ରମର ଫଳାଫଳ ମଧ୍ୟ ମିଳିପାରେ । ଏହି ରାଶିର କିଛି ଲୋକ ଯେଉଁମାନେ ସେୟାର ବଜାରରେ ନିବେଶ କରନ୍ତି, ସେମାନଙ୍କୁ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା ରହିଛି ।

କୁମ୍ଭ : ଚନ୍ଦ୍ର ଆପଣଙ୍କ ୪ର୍ଥ ଘରେ ରହିବେ । ଯାହା ଖୁସିର ସଙ୍କେତକୁ ବୁଝାଏ । ଚନ୍ଦ୍ରଙ୍କ ଉପସ୍ଥିତି ଆପଣଙ୍କ ପାରିବାରିକ ଜୀବନରେ ଖୁସି ଆଣିପାରେ । ନିବେଶରୁ ମଧ୍ୟ କିଛି ଲାଭ ଆପଣମାନେ ପାଇପାରନ୍ତି । ଆପଣଙ୍କ କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ମିଳିପାରେ । ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଏହା ଭଲ ସମୟ ରହିବ ।