ଆସନ୍ତା ଜୁନ୍‌ରେ ଆୟର୍ଲାଣ୍ଡରେ ୨ଟି T-20 ଖେଳିବ ଭାରତ

ନୂଆଦିଲ୍ଲୀ,୨୨/୩ : ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁନ୍‌ରେ ଆୟର୍ଲାଣ୍ଡ ଗସ୍ତ କରିବ। ଉକ୍ତ ଗସ୍ତରେ ଭାରତ ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ଉକ୍ତ ମ୍ୟାଚ ଜୁନ୍‌ ୨୬ ଓ ୨୮ରେ ଖେଳାଯିବ। ଏ ନେଇ ଶନିବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଟି୨୦ ବିଶ୍ବକପ ପରେ ଭାରତୀୟ କ୍ରିକେଟ ଦଳର ଏହା ପ୍ରଥମ ଅନ୍ତର୍ଜାତୀୟ ଶୃଙ୍ଖଳା। ଆଇପିଏଲ ପରେ ଭାରତୀୟ ଦଳ ପ୍ରଥମେ ଆୟର୍ଲାଣ୍ଡ ଗସ୍ତ କରିବ।